Kishore Kumar Hits

Ashutosh Mohanty - E Mati Odisha E Jati Odia текст песни

Исполнитель: Ashutosh Mohanty

альбом: E Mati Odisha E Jati Odia


ଏ ଭାଷା ଓଡ଼ିଆ, ଶାସ୍ତ୍ରୀୟ ଭାଷା
ଏ ସଭ୍ୟତା, ଏ ସଂସ୍କୃତି, ଏ ମାଟି, ଏ ଜାତି ମହାନ୍
ମୋର୍ ମାଟି ଓଡ଼ିଶା
ମୋର୍ ଜାତି ଓଡ଼ିଆ
ଜଣେ ଓଡ଼ିଆ ଭାବରେ ମୁଁ ଗର୍ବ କରେ
ଜୟ ଜଗନ୍ନାଥ
ଶୁଭଶଙ୍ଖରେ ହୁଏ ସକାଳ
ସଞ୍ଜବତୀରେ ସନ୍ଧ୍ୟା
ଗାଈ ଜଗାଳି ହୁଏ କହ୍ନେୟା
ଧାନ ସାଉଁଟା ଝିଅ ରାଧା
ଅକ୍ଷିମୁଠିରେ କ୍ଷେତ ଆରମ୍ଭ
ଲଗ୍ନଧରାରେ ବାହା
ବାଆ ବତାସ ଆସିଲେ ଆମ
ଶ୍ରୀ ଜଗନ୍ନାଥ ସାହା
ଅରୁଆ ଚାଉଳ, ଦୁବ
ଅତିଥି ଦେବ ଭଵଃ
ମନଟା ଆମ ମହା ପ୍ରସାଦ
ହେମା ନିର୍ମାଲ୍ୟ ପୁଡ଼ିଆ
ଏ ମାଟି ଓଡ଼ିଶା (ଓଡ଼ିଶା)
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ

ବାପାର ଆକଟ, ଝିଅର ଅଝଟ
ବୋଉର ଗାଳି ଅମୃତଠୁ ଅଧିକା
ହଁ, ବୋହୁର ଓଢଣା, ଲାଜର ଗହଣା
ସଂସ୍କାର ସଣ୍ଠଣା ଗହଣାଠୁ ଦାମିକା
ଭାଡ଼ିରେ ଅଳିଆ, ବାଡ଼ିରେ ନଡ଼ିଆ
ପୋଖରୀ ତୁଠେ ସୁନୁସୁନିଆ ଶାଗ
ଭଉଣୀର ଆଶା, ଭାଇର ଭରସା
ସ୍ବାମୀ, ସ୍ତ୍ରୀର ମିଛି-ମିଛିକା ରାଗ
ଦୁଆର ଝୋଟି, ମୁରୁଜ
ପାହାଡ଼ ଫାଙ୍କେ ସୁରୁଜ
ଚାନ୍ଦିନୀ ପାଖେ ମାଟି ଚଉଁରା
ବାଡ଼ିରେ ମାଛ ଗଡିଆ
ଏ ମାଟି ଓଡ଼ିଶା (ଓଡ଼ିଶା)
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ
ମୋ ମାଟି ଓଡ଼ିଶା ମୋ ଗର୍ବ
ମୋ ଭାଷା ଓଡ଼ିଆ ମୋ ସ୍ୱାଭିମାନ
ମୋ ସଂସ୍କୃତି, ମୋ ସଂସ୍କାର, ମୋ ପରମ୍ପରା
ବସୁଧୈବ କୁଟୁମ୍ବକମ୍, ତାର ସୁରକ୍ଷା ଆମ ଉତ୍ତର ଦାଇତ୍ୟ
ପାନିସାରେ-ଗାରେ-ଗାରେ-ଗାରେ-ଗାରେ-ଗାରେ-ମାଗାସା (ମାଗାସା)
ପାନିସାରେ-ସାନି-ପାନିନି-ନିଧା-ମାଧାଧା-ଧାପାନି-ପାଗାସା
ବେଦୀରେ କଉଡ଼ି, ରଜରେ କବାଡ଼ି
ଗୋବର ପାଣିରେ ଗାଁ ପବିତ୍ର
ହଁ, ଗାଆଁ ଠାକୁରାଣୀ, ମା ଜଣାପାଣି
ଭାଗବତ ଟୁଙ୍ଗୀ ଆମ ଗାଆଁ ଶ୍ରୀକ୍ଷେତ୍ର
ଅଜା-ଆଈ ଗପ, ଆକାଶରେ ଦେଖ
ଜାତି, ପଙ୍ଗତ, ଯାନି ଯାତରା
ଭାଷା ଓଡ଼ିଆ, ଭାରି ବଢିଆ
ପଂଚୁକ ବ୍ରତ, ଛେରା ପହଁରା
ପିନୁକ ଚନ୍ଦନ ପେଡ଼ି
ସଵାରୀ ଶଗଡ଼ ଗାଡ଼ି
ପାଟ ଓଢଣୀ, ବଉଳ ବେଣୀ
ପୁରାଣ ବନ ଘଟୁଆ
ଏ ମାଟି ଓଡ଼ିଶା (ଓଡ଼ିଶା)
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା
ଏ ଜାତି ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ
ଏ ମାଟି ଓଡ଼ିଶା, ଓଡ଼ିଶା, ଓଡ଼ିଶା, ଓଡ଼ିଶା
ଏ ଜାତି ଓଡ଼ିଆ, ଓଡ଼ିଆ, ଓଡ଼ିଆ, ଓଡ଼ିଆ

Поcмотреть все песни артиста

Другие альбомы исполнителя

Похожие исполнители