Lopamudra - Se Tu Au Kehi Nuhe текст песни
Исполнитель:
Lopamudra
альбом: Se Tu Au Kehi Nuhe
ହଜାରେ ଚେହେରା ଭଲଲାଗେ ଆଖିକୁ
ହେଲେ ଗୋଟେ ମୁହଁ ହୃଦୟକୁ ଛୁଏଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ଜୀବନେ ଏମିତି କେତେ କିଏ ଆସିଛି
ହେଲେ ହବାପାଇଁ ଯାହାର ମୁଁ ଚାହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ଏତେ ବେଶୀ ଆକର୍ଷଣ, ଏତେ ଆପଣାର ପଣ
ଯାହା ପାଇଁ ମନେ ଅନୁଭବ ହୁଏ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
♪
ପରଖିବା ଆଗରୁ ପ୍ରେମକୁ ତୋର
ଭରସା ଜଗେଇ ଦେଲୁ ମନେ ମୋର
ସେଥିପାଇଁ ମୋ ମନରେ ରହିବା ପାଇଁ
ଦେଇ ମୁଁ ବସିଲି ତତେ ଅଧିକାର
ଯେମିତି ବି ହଉ ବାଟ
ଚାଲ୍ ଥରେ ରଖି ହାତ
ସାରା ଜୀବନ ମୁଁ ଚାଲିବାକୁ ଚାହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
♪
ସବୁ ଥାଇ ଜୀବନରେ ନ ଥିଲା କିଛି
ଆସିଲା ପରେ ତୁ ଜିଇଁବା ଶିଖିଛି
ଥିଲା ଯେତେ ଖାଲିପଣ ଜୀବନେ ମୋର
ତୋ ପ୍ରେମ ସେ ସବୁ ପୂରଣ କରିଛି
ଚାଲୁ-ଚାଲୁ ଗଲେ ଥକି
ଯା' କାନ୍ଧରେ ମଥା ରଖି
ଭରସାରେ ଆଉ ଜିଇଁ ଯିବାକୁ ଚାହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
ସିଏ ତୁ ଆଉ କେହି ନୁହେଁ
Поcмотреть все песни артиста
Другие альбомы исполнителя