Nibedita - Mu Priyaku текст песни
Исполнитель:
Nibedita
альбом: Babul Supriyo Odia Romantic Hits
ମୁଁ ପ୍ରିୟାକୁ ସିନ୍ଦୂର ନ ଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ମୁଁ ପ୍ରିୟାକୁ ଓଢ଼ଣୀ ନ ଦେଲି ନାହିଁ
ଶାଢ଼ୀଟେ ପଠେଇ ଦେବି ବାହାଘରକୁ
ପିଲାଦିନ ସାଥୀ ଯଦି ଯାଉଛି ଯାଉ
ତା ଖୁସିରେ ଝରିଯାଉ ଆଖିରୁ ଲହୁ
ପିଲାଦିନ ସାଥୀ ଯଦି ଯାଉଛି ଯାଉ
ତା ଖୁସିରେ ଝରିଯାଉ ଆଖିରୁ ଲହୁ
ଦୁଃଖ ନାହିଁ...
ବୁଝେଇ ଦେଇଛି ଆଜି ନିଜ ମନକୁ
ମୁଁ ପ୍ରିୟାକୁ ସିନ୍ଦୂର ନ ଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
♪
ଷଢ଼େଇରେ ଭାତ, ଷଢ଼େଇରେ ଡାଲି
ଟିକି ବହୁରାଣୀ ହେଇ ରାନ୍ଧୁଥିଲା ବସି
ସେ କାହାଣୀ ମିଛ, ଏ କାହାଣୀ ସତ
ନାଲି ଶଙ୍ଖାଚୁଡ଼ି ପିନ୍ଧି ଯାଉ ହସି-ହସି
ହୋ, ଷଢ଼େଇରେ ଭାତ, ଷଢ଼େଇରେ ଡାଲି
ଟିକି ବହୁରାଣୀ ହେଇ ରାନ୍ଧୁଥିଲା ବସି
ସେ କାହାଣୀ ମିଛ, ଏ କାହାଣୀ ସତ
ନାଲି ଶଙ୍ଖାଚୁଡ଼ି ପିନ୍ଧି ଯାଉ ହସି-ହସି
ପ୍ରିୟା ମୋର ଯାଏ ଆଜି କଉଡ଼ି ଖେଳି
ଛିଡ଼ିଗଲେ ଛିଡ଼ିଯାଉ ମୋ ଫୁଲ-ଦୋଳି
ପ୍ରିୟା ମୋର ଯାଏ ଆଜି କଉଡ଼ି ଖେଳି
ଛିଡ଼ିଗଲେ ଛିଡ଼ିଯାଉ ମୋ ଫୁଲ-ଦୋଳି
ଦୁଃଖ ନାହିଁ...
ବୁଝେଇ ଦେଇଛି ଆଜି ନିଜ ମନକୁ
ମୁଁ ପ୍ରିୟାକୁ ସିନ୍ଦୂର ନ ଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
♪
ସାରୁବୁଦା ମୂଳେ ବେଙ୍ଗୁଲିର ଗୀତ
ସାଥୀ ହେଇ ଶୁଣୁଥିଲୁ ବରଷାରେ ଭିଜି
ସେ ବରଷା ମିଛ, ଏ ବରଷା ସତ
ପ୍ରେମରେ ଭିଯୁ ମୋ ପ୍ରିୟା ବହୁରାଣୀ ସାଜି
ହୋ, ସାରୁବୁଦା ମୂଳେ ବେଙ୍ଗୁଲିର ଗୀତ
ସାଥୀ ହେଇ ଶୁଣୁଥିଲୁ ବରଷାରେ ଭିଜି
ସେ ବରଷା ମିଛ, ଏ ବରଷା ସତ
ପ୍ରେମରେ ଭିଯୁ ମୋ ପ୍ରିୟା ବହୁରାଣୀ ସାଜି
ଶୁଭ ମହୁରୀରେ ଉଠୁ ପ୍ରିୟା ସବାରି
ମୋତେ ପଛେ ନେଇଯାଉ ଲୁହ-ଲହରୀ
ଶୁଭ ମହୁରୀରେ ଉଠୁ ପ୍ରିୟା ସବାରି
ମୋତେ ପଛେ ନେଇଯାଉ ଲୁହ-ଲହରୀ
ଦୁଃଖ ନାହିଁ...
ବୁଝେଇ ଦେଇଛି ଆଜି ନିଜ ମନକୁ
ମୁଁ ପ୍ରିୟାକୁ ସିନ୍ଦୂର ନ ଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ମୁଁ ପ୍ରିୟାକୁ ଓଢ଼ଣୀ ନ ଦେଲି ନାହିଁ
ଶାଢ଼ୀଟେ ପଠେଇ ଦେବି ବାହାଘରକୁ
ପିଲାଦିନ ସାଥୀ ଯଦି ଯାଉଛି ଯାଉ
ତା ଖୁସିରେ ଝରିଯାଉ ଆଖିରୁ ଲହୁ
ପିଲାଦିନ ସାଥୀ ଯଦି ଯାଉଛି ଯାଉ
ତା ଖୁସିରେ ଝରିଯାଉ ଆଖିରୁ ଲହୁ
ଦୁଃଖ ନାହିଁ...
ବୁଝେଇ ଦେଇଛି ଆଜି ନିଜ ମନକୁ
ମୁଁ ପ୍ରିୟାକୁ ସିନ୍ଦୂର ନ ଦେଲି ନାହିଁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
ଫରୁଆ ପଠେଇ ଦେବି ବାହାଘରକୁ
Поcмотреть все песни артиста
Другие альбомы исполнителя