Kishore Kumar Hits

Nibedita - Are Ajikain Mana текст песни

Исполнитель: Nibedita

альбом: Babul Supriyo Odia Romantic Hits


ଆରେ, ଆଜିକାଇଁ ମନ ମୋ ଉଡ଼େ ଆକାଶରେ?
ସରୁନି ଓଠରୁ ହସ, କଣ ହେଲା ରେ?
ଆଜିକାଇଁ ମନ ମୋ ଉଡ଼େ ଆକାଶରେ?
ସରୁନି ଓଠରୁ ହସ, କଣ ହେଲା ରେ?
ତୁ ତ ବାଟୋଇ, ମୁଁ ତ ବାଟୋଇ, ବାଟ ଆମ ଏକ ଥିଲା
ବାଟରେ ବାଟରେ ଯାହା କିଛି ହେଲା, ଲାଗେ ସବୁ ଭଲ ହେଲା
ଲାଗେ ସବୁ ଭଲ ହେଲା
ହଁ, ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା

ଆଖିରେ ଥିଲା ମୋ ନିଦର ନଅର
ସପନେ ନ ଥିଲା ଦେଖା
ସବୁ ନିଦ ଏବେ ଆଣୁଛି ସପନ
ଲାଗୁନାହିଁ ଆଉ ଏକା
ହାଁ, ଆଖିରେ ଥିଲା ମୋ ନିଦର ନଅର
ସପନେ ନ ଥିଲା ଦେଖା
ସବୁ ନିଦ ଏବେ ଆଣୁଛି ସପନ
ଲାଗୁନାହିଁ ଆଉ ଏକା
ଆରେ, ଯଉକଥା ପାଇଁ କି ରାତି କି ଦିନ, ଚୁନା-ଚୁନା ମନ ଥିଲା
ସେଇକଥା ଆଜି ସୁନା-ସୁନା ହୋଇ ଋତୁକୁ ଫେରେଇ ଦେଲା
ଋତୁକୁ ଫେରେଇ ଦେଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା

ହଁ, ଭାବି ମୁଁ ନଥିଲି ଆକାଶର ତାରା
ହାତେ ଧରା ଦବ ଆସି
ଆରେ, ଖୋଜିଲେ ମିଳେନା, ଡ଼ାକିଲେ ଶୁଣେନା
ବେଳ ହେଲେ ପଡେ ଖସି
ଭାବି ମୁଁ ନଥିଲି ଆକାଶର ତାରା
ହାତେ ଧରା ଦବ ଆସି
ଆରେ, ଖୋଜିଲେ ମିଳେନା, ଡ଼ାକିଲେ ଶୁଣେନା
ବେଳ ହେଲେ ପଡେ ଖସି
ଆରେ, ତୁ ଏକା ଥିଲୁ, ମୁଁ ଏକା ଥିଲି, ଦୁଇ ମନ ମିଶିଗଲା
ଆମ ଦୋଷ ନାହିଁ ଯାହାବି ହେଇଛି, କରିଛି ଉପରବାଲା
କରିଛି ଉପରବାଲା
ହେ, ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା
ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା (ରଙ୍ଗିଲା, ହାଏ ରେ ରାମା, ଅଦିନେ ରଙ୍ଗ ବରଷିଗଲା)

Поcмотреть все песни артиста

Другие альбомы исполнителя

Похожие исполнители