ବିରହ ରାତିଟା ଛୋଟ-ଛୋଟ ଲାଗେ
ମିଳନର ଋତୁ ହାତଠାରି ଡାକେ
ବିରହ ରାତିଟା ଛୋଟ-ଛୋଟ ଲାଗେ
ମିଳନର ଋତୁ ହାତଠାରି ଡାକେ
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
♪
ପାନିସା-ପାନିସା-ପାନି-ପାମାପା-ଗାମାରେଗା
ପାନିସା-ପାନିସା-ଗାରେରେ
ପା-ପା-ପା-ପାପା-ଗାଗା
ମା-ମା-ମା-ମାମା-ମାମା
ରେଗାଗା-ରେଗାଗା-ରେଗାଗା-ରେଗାଗା
♪
ହଁ, ତୁ ମୋ ପାଖରେ ନାହୁଁ, ତୋର ମହକ ଅଛି
ମୋର ଭାବନା ସାରା ନାହିଁ ତୋ ଛଡ଼ା କିଛି
ଆଖି ଧୂଆଁ-ଧୂଆଁ ଯେବେ ଲାଗୁଛି
ତୋର ହସ-ହସ ମୁହଁ ଦିଶୁଛି
ସେଇ ପଲକର ସୁଖ ଅନୁଭୂତି
ସବୁ ଦୁଃଖର ସେ କରିଦିଏ ଇତି
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ମିଠା-ମିଠା ଦରଦ ଅଛି ଏଇ ଛାତିରେ
ନିଦର ଦେଖା ନାହିଁ ଅଳସି ଏ ଆଖିରେ
ଦୂରେ-ଦୂରେ ଯାଏ ସାଥୀ ଯେତିକି
ପ୍ରେମ ବଢ଼ି-ବଢ଼ି ଯାଏ ସେତିକି
ଏଇ ଶ୍ରାବଣରେ ମନେ ହୁଏ କାଇଁ
ଦୂରେ ଆମ ପାଇଁ ବାଜେ ସାହାନାଇ
ଦୂରେ-ଦୂରେ ଥାଇ ତଥାପି ଲାଗୁଛି ଏକା-ଏକା ନାହିଁ ମୁଁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
ଆଖି ଖୋଲିଲେ ତୁହି ତୁହି ତୁ
ଆଖି ବୁଜିଲେ ତୁହି ତୁହି ତୁ
Поcмотреть все песни артиста
Другие альбомы исполнителя