Kishore Kumar Hits

Babushaan Mohanty - Nichhatiya Mana - From "DAMaN" текст песни

Исполнитель: Babushaan Mohanty

альбом: Nichhatiya Mana (From "DAMaN")


ମୋତେ ଦେଖାଦିଅ କି ତୁମେ
ରତ-ରତ ସଞ୍ଜବେଳରେ?
ତୁମେ ଆଉ କେହି ନୁହେଁ ମୋ
ନିଛାଟିଆ ମନର ଛାଇ
ଯେବେ ସୁରୁଜ ସୋଇଯାଏ ମସିଣା ପାରି
ଲୁହ-ବତୁରା ତକିଆକୁ ଛାତିରେ ଧରି
ଏଇ ମନ ଜାଗିରହେ ତାରାଟେ ହେଇ
ନିଜ ସାଥେ ହିଁ ତାର ଭାରି ଲଢ଼େଇ
ମୋତେ ଦେଖାଦିଅ କି ତୁମେ
ରତ-ରତ ସଞ୍ଜବେଳରେ?
ତୁମେ ଆଉ କେହି ନୁହେଁ ମୋ
ନିଛାଟିଆ ମନର ଛାଇ
ବୁଲା-ଫକୀର ହେଇ ମୁଁ ଚାଲେ, ପାହାଡ଼ ଛାଇରେ
ମୋ ଝୁଲା ମୁଣିକୁ ଭରିଦେଲ, ତୁମେ ଅନିଚ୍ଛାରେ
ଏ ବିଜୁଳି ଆଲୁଅରେ ନିଜ ମୁହଁ ଖୋଜି ଦେଖ
ଅଣଦେଖା କରିଚ ଯାହାକୁ, ସେ ବୋଧେ ତୁମର
ତୁହାକୁ ତୁହା ବର୍ଷା-ଲୁହ ହୋଇ ବୋହେ ରେ
ଅସର ପଡେନି, ହେଲେ କାଇଁ କହେ ରେ?
ମୋତେ ଦେଖାଦିଅ କି ତୁମେ
ରତ-ରତ ସଞ୍ଜବେଳରେ?
ତୁମେ ଆଉ କେହି ନୁହେଁ ମୋ
ନିଛାଟିଆ ମନର ଛାଇ
ଚାରିକାନ୍ଧ ପାଲିଙ୍କିରେ ଜୀବନ, ପରଦା କୋହରେ
ନିଜ ଏକାକିପଣରେ ବୋହୁ ଦୂରେ ଫେରିଯାଏ
ନାନା ବାୟା-ଗୀତ ବୋଲି ତାକୁ ମୁଁ କି ଜଗାଏ
ଆପଣ ଗାଲକୁ ତା ପାପୁଲିରେ କାଇଁ ଛୁଆଁଏ?
ଅଣ୍ଟିରେ ତୁ ମୋ ଖୁଞ୍ଚିଦେଇ ସ୍ମୃତି ଅନେକ
ସେ କେଉଁ ରାଇଜ ଗଲା? ଶୁଭେନି ଡାକ
ମୋତେ ଦେଖାଦିଅ କି ତୁମେ
ରତ-ରତ ସଞ୍ଜବେଳରେ?
ତୁମେ ଆଉ କେହି ନୁହେଁ ମୋ
ନିଛାଟିଆ ମନର ଛାଇ

Поcмотреть все песни артиста

Другие альбомы исполнителя

Похожие исполнители