Kishore Kumar Hits

Goodly Rath - E Dil To Diwana текст песни

Исполнитель: Goodly Rath

альбом: Astika Nastika (Original Motion Picture Soundtrack)


ମାଟିଠାରୁ ଚାଖଣ୍ଡେ ଉପରେ ପାଦଟା ପଡେ ରେ
ଓ, ମାଟିଠାରୁ ଚାଖଣ୍ଡେ ଉପରେ ପାଦଟା ପଡେ ରେ
ଲାଗେ ମୋତେ ଜହ୍ନ ରାଇଜରେ ମନଟା ଉଡେ ରେ
ଗୋଲ-ଗୋଲ ବୁଲୁଛି ସତେକି ଏମିତି ପୃଥିବୀ?
ଏଠି-ସେଠି ଜାଣେନା କଉଠି ପାଦ ମୁଁ ରଖିବି
ସତେ ଦୁନିଆଁରେ ତୋବିନା କେହି ନାହିଁ ଚିହ୍ନା
ତୋତେ ନଦେଖିଲେ ଦିନେ ଥରେ ନିଦ ମୋ ଚୁନା-ଚୁନା
ଏ ଦିଲଟା ତୋ ଦିୱାନା
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना
କେଜାଣି କେମିତି ଏଇ ଆଖିର ଦରଜା ଡେଇଁ
ମନକୁ ଦେଲୁ ମୋ ଛୁଇଁ
ଯେବେଠୁ ତୋତେ ମୁଁ ମୋ ଛାତିରେ ରଖିଛି ନେଇ
କାହାକୁ ପାରୁନି ଚାହିଁ
ଭୁଲ-ଭାଲ ହଉଛି ସବୁତ ଯାହା ମୁଁ କହୁଛି
ଧୀରେ-ଧୀରେ ମନଟା ମୋଠାରୁ ହଜେଇ ଦେଇଛି
କେବେ ହେଇନାହିଁ ଆଜିଯାଏଁ ଏମିତିକା ଜମା
ଲାଗେ ନିଶ୍ୱାସଟା ସତେ ଅବା ଚାଲେ ରେ ଧିମା-ଧିମା
ଏ ଦିଲଟା ତୋ ଦିୱାନା
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना
ଲାଜର ପରଦା ଆଜି ତୋପାଇଁ ଦେଇଛି ଖୋଲି
ସପନେ ଆସିବୁ ବୋଲି
ହଁ, ପ୍ରେମର ସହରେ ତୋତେ ନେଇଯିବି ମୁଁ ଚାଲି
ତୁ ଆଉ ମୁଁ ଥିବା ଖାଲି
ଆନମନା କରୁଛି ଏମିତି ମୋତେ ତୋ ଭାବନା
ତୋ ସାଥିରେ ରହିବା ପାଇଁକି କରେ ମୁଁ ବାହାନା
ତୁ ନହସିଲେ ମୋତେ ବୋଧେ ହସିବାକୁ ମନା
ତୁ ରୁଷିଗଲେ ସବୁ ମୋତେ ଲାଗେ ରେ ସୁନା-ସୁନା
ଏ ଦିଲଟା ତୋ ଦିୱାନା
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଏ ଦିଲଟା ତୋ ଦିୱାନା, ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना
ଜାଣିଲେ ଜାଣୁ ଏ ज़माना

Поcмотреть все песни артиста

Другие альбомы исполнителя

Похожие исполнители