Bibhu Kishore - Srabana Rati Ra текст песни
Исполнитель:
Bibhu Kishore
альбом: Kuanri Janha
ଶ୍ରାବଣ ରାତିର ପାହାନ୍ତି ନିଦକୁ
ରୋକି ହୁଏନା, ହାଏ, ରୋକି ହୁଏନା
କୁଆଁରୀ ମନର ଗଭୀରତା କେତେ?
ମାପି ହୁଏନା, ହାଏ, ମାପି ହୁଏନା
ସପନରେ ଯିଏ କହେ ଭଲପାଏ
ଦେଖା ହେଲେ କହେ ନା-ନା-ନା
ଶ୍ରାବଣ ରାତିର ପାହାନ୍ତି ନିଦକୁ
ରୋକି ହୁଏନା, ହାଏ, ରୋକି ହୁଏନା
♪
ମୋ ମନ ତଳର କୁଆଁରୀ ମେଘରେ
ଇନ୍ଦ୍ରଧନୁ ଟିଏ ହୋଇ
ସେ କାହୁଁ ବୁଝିବ କାହିଁ କେତେ ଦିନୁ
ଯାଇଅଛି ମୁଁ ଯେ ରହି
♪
ମୋ ମନ ତଳର କୁଆଁରୀ ମେଘରେ
ଇନ୍ଦ୍ରଧନୁ ଟିଏ ହୋଇ
ସେ କାହୁଁ ବୁଝିବ କାହିଁ କେତେ ଦିନୁ
ଯାଇଅଛି ମୁଁ ଯେ ରହି
ଫଗୁଣ ତିଥିର ସବୁ ଫଗୁ ରଙ୍ଗ
ଲାଖି ରହେନା, ହାଏ, ଲାଖି ରହେନା
କୁଆଁରୀ ଆଖିରେ କାହା ଛବି ଅଛି?
ଦେଖି ହୁଏନା, ହାଏ, ଦେଖି ହୁଏନା
ଚାହାଣିରେ ଯିଏ କିଛି କହିଯାଏ
ପଚାରିଲେ କହେ ନା-ନା-ନା
ଶ୍ରାବଣ ରାତିର ପାହାନ୍ତି ନିଦକୁ
ରୋକି ହୁଏନା, ହାଏ, ରୋକି ହୁଏନା
♪
କେବେ ଉଆଁଶକୁ, କେବେ ଯେ ପୁନେଇ
ଜହ୍ନ ପରି ସେ ଫୁଲେଇ
କାହିଁ କେତେ ଦିନୁ ମୋ ପ୍ରେମକୁ ହାଏ
ରଖିଛି ସିଏ ଝୁଲେଇ
♪
କେବେ ଉଆଁଶକୁ, କେବେ ଯେ ପୁନେଇ
ଜହ୍ନ ପରି ସେ ଫୁଲେଇ
କାହିଁ କେତେ ଦିନୁ ମୋ ପ୍ରେମକୁ ହାଏ
ରଖିଛି ସିଏ ଝୁଲେଇ
ସାଗର ଢେଉରେ କେତେ ଯେ ଲହରି
ଗଣି ହୁଏନା, ହାଏ, ଗଣି ହୁଏନା
କୁଆଁରୀ ପ୍ରୀତିର ସୀମା-ରେଖା କେବେ
ଟାଣି ହୁଏନା, ହାଏ, ଟାଣି ହୁଏନା
ରାତି, ଦିନ ଯିଏ ମତେ ଖୋଜୁଥାଏ
ପଚାରିଲେ କହେ ନା-ନା-ନା
ଶ୍ରାବଣ ରାତିର ପାହାନ୍ତି ନିଦକୁ
ରୋକି ହୁଏନା, ହାଏ, ରୋକି ହୁଏନା
ରୋକି ହୁଏନା, ହାଏ, ରୋକି ହୁଏନା
Поcмотреть все песни артиста
Другие альбомы исполнителя