Kishore Kumar Hits

Akshaya Mohanty - Pada Chhadibu Nahin текст песни

Исполнитель: Akshaya Mohanty

альбом: Kene Gheni Jaucha-Salabega Bhajan


ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ଛାଡ଼ିଲେ ଶ୍ରୀକୃଷ୍ଣ ନାମ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ
ପାଇବୁ ନାହିଁ, ଆଉ ପାଇବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ

ପୋଖରୀ ଚାରିପାଖେ ଲଗାଇଲି ଚମ୍ପା
ପୋଖରୀ ଚାରିପାଖେ ଲଗାଇଲି ଚମ୍ପା
ଡ଼ାଳ ଭାଙ୍ଗି ପୁଷ୍ପ ତୋଳେ, ଡ଼ାଳ ଭାଙ୍ଗି ପୁଷ୍ପ ତୋଳେ
ଚତୁରୀ ରାଧିକା
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ଛାଡ଼ିଲେ ଶ୍ରୀକୃଷ୍ଣ ନାମ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ
ପାଇବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ

ଏକ ହସ୍ତେ ପାନ ବଟା, ଆର ହସ୍ତେ ଝରି
ଏକ ହସ୍ତେ ପାନ ବଟା, ଆର ହସ୍ତେ ଝରି
ଧୀରେ-ଧୀରେ ପଥ ଚାଲେ, ଧୀରେ-ଧୀରେ ପଥ ଚାଲେ
ରାଧିକା ସୁନ୍ଦରୀ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ଛାଡ଼ିଲେ ଶ୍ରୀକୃଷ୍ଣ ନାମ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ
ପାଇବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ

ପିତାମହ ଗଲବେଟା ମାଆ ଯେ ବ୍ରାହ୍ମଣୀ
ପିତାମହ ଗଲବେଟା ମାଆ ଯେ ବ୍ରାହ୍ମଣୀ
ହୀନକୂଳେ ଜନ୍ମ ଦେଲ, ହୀନକୂଳେ ଜନ୍ମ ଦେଲ
ହିନ୍ଦୁ ନଖାଏ ପାଣି
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ଛାଡ଼ିଲେ ଶ୍ରୀକୃଷ୍ଣ ନାମ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ
ପାଇବୁ ନାହିଁ, ଆଉ ପାଇବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ

ପିତା ଦେଲେ ଜୀବଦାନ, ମାତା ଦେଲେ କ୍ଷୀର
ପିତା ଦେଲେ ଜୀବଦାନ, ମାତା ଦେଲେ କ୍ଷୀର
କହେ ସାଲବେଗ ହିନ, କହେ ସାଲବେଗ ହିନ
ଜାତିରେ ଫକୀର
ପଦ ଛାଡ଼ିବୁ ନାହିଁ ପଦ ଛାଡ଼ିବୁ ନାହିଁ
ଛାଡ଼ିଲେ ଶ୍ରୀକୃଷ୍ଣ ନାମ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ
ପାଇବୁ ନାହିଁ, ପଦ ଛାଡ଼ିବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ
ପଦ ଛାଡ଼ିବୁ ନାହିଁ, ପଦ ଛାଡ଼ିବୁ ନାହିଁ

Поcмотреть все песни артиста

Другие альбомы исполнителя

Похожие исполнители