Kishore Kumar Hits

Akshaya Mohanty - Kahin Gale Murali текст песни

Исполнитель: Akshaya Mohanty

альбом: Kene Gheni Jaucha-Salabega Bhajan


କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?
ଶ୍ରୀରଙ୍ଗା ଅଧରେ ମୁରଲୀ ବାଜୁଛି
ଶ୍ରୀରଙ୍ଗା ଅଧରେ ମୁରଲୀ ବାଜୁଛି
ସହଜେ ସେଇ ତ ଅଟଇ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?

ଆମ୍ଭେ ସର୍ବସଖୀ ଯମୁନାକୁ ଗଲୁ
ଶଙ୍କରଙ୍କୁ ପୂଜି ପାଇଲୁ ଲଙ୍କା
ଆମ୍ଭେ ସର୍ବସଖୀ ଯମୁନାକୁ ଗଲୁ
ଶଙ୍କରଙ୍କୁ ପୂଜି ପାଇଲୁ ଲଙ୍କା
ଆଣ୍ଠୁକ ପାଣିରେ କୁମ୍ଭ ନ ବୁଡ଼ଇ
ଆଣ୍ଠୁକ ପାଣିରେ କୁମ୍ଭ ନ ବୁଡ଼ଇ
ତାହା ଦେଖି ମନେ ହେଲା ତାଟକା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?

ଆମ୍ଭେ ସର୍ବସଖୀ ନୀର ପାଇଁ ଗଲେ
ବାଟ ଜଗି ପୁଣି ମାରନ୍ତି ଟେକା
ଆମ୍ଭେ ସର୍ବସଖୀ ନୀର ପାଇଁ ଗଲେ
ବାଟ ଜଗି ପୁଣି ମାରନ୍ତି ଟେକା
କଂଶକୁ କହିବୁ ଛାଟ ମରାଇବୁ
କଂଶକୁ କହିବୁ ଛାଟ ମରାଇବୁ
କାଲି ତଣ୍ଡାଇବୁ ଷାଠିଏ ଟଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?

ତ୍ରେତୟା ଯୁଗରେ ରାମ ଅବତାରେ
ଜାନକୀ ଛଳେ ଯା ବିନ୍ଧିଲେ ଲଙ୍କା
ତ୍ରେତୟା ଯୁଗରେ ରାମ ଅବତାରେ
ଜାନକୀ ଛଳେ ଯା ବିନ୍ଧିଲେ ଲଙ୍କା
କହେ ସାଲବେଗ ଜାତିରେ ଯବନ
କହେ ସାଲବେଗ ଜାତିରେ ଯବନ
ଝୁରି-ଝୁରି ତନୁ ବିଣ ରାଧିକା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?
ଚୂଳ ବଙ୍କା ତାଙ୍କ ନୟନ ବଙ୍କା
କାହିଁ ଗଲେ ମୁରଲୀ ଫୁଙ୍କା?

Поcмотреть все песни артиста

Другие альбомы исполнителя

Похожие исполнители