Kishore Kumar Hits

Akshaya Mohanty - Hari Jai Thiba текст песни

Исполнитель: Akshaya Mohanty

альбом: Ae Mora Sesa Geta


ହାରି ଯାଇଥିବା ଲୋକର କି ଅଛି?
ଜିଇଁଲେ ଜିଇଁଲା ନହେଲେ ନାହିଁ

ଗୋଟିଏ କାହାଣୀ କହିବାର ଥିଲା
କହିଲେ କହିଲା ନହେଲେ ନାହିଁ

ହାରି ଯାଇଥିବା ଲୋକର କି ଅଛି?
ଜିଇଁଲେ ଜିଇଁଲା ନହେଲେ ନାହିଁ

ସୁଖ ତ ମିଳିଲା ଏମିତି ନକରି
ଦୁଃଖ ବି ଦେଖିଲେ ଦେଉଛି ହସି
ଆଉ କେଉଁ ସୁଖ ବାକି ଅଛି କହ
ମିଳିଲେ ମିଳିଲା ନହେଲେ ନାହିଁ

ହାରି ଯାଇଥିବା ଲୋକର କି ଅଛି?
ଜିଇଁଲେ ଜିଇଁଲା ନହେଲେ ନାହିଁ
ବଜାର ଭିତରେ ହଜାରେ ହସର
ପୂଆରା ଛୁଟିଛି ଦେଖିବ ଯାଅ
ତା ପାଖରେ ଅଛି ଲୁହ ଟୋପା ଟିଏ
ବୋହିଲେ ବହିଲା ନହେଲେ ନାହିଁ

ହାରି ଯାଇଥିବା ଲୋକର କି ଅଛି?
ଜିଇଁଲେ ଜିଇଁଲା ନହେଲେ ନାହିଁ

ଆଜି ସେ ବୁଝୁଛି ଜିଇଁବାରେ ଆଉ
ମରିବାରେ କେତେ ଫରକ ଅଛି
ଯା' ଲାଗି ଜିଇଁଲା ଆଜି ଯାକେ ସିଏ
ସେ ଆଜି କହୁଛି ନହେଲେ ନାହିଁ

ହାରି ଯାଇଥିବା ଲୋକର କି ଅଛି?
ଜିଇଁଲେ ଜିଇଁଲା ନହେଲେ ନାହିଁ

ଗୋଟିଏ କାହାଣୀ କହିବାର ଥିଲା
କହିଲେ କହିଲା ନହେଲେ ନାହିଁ

Поcмотреть все песни артиста

Другие альбомы исполнителя

Похожие исполнители