Akshaya Mohanty - Jhumi Jhumi Jauchi текст песни
Исполнитель:
Akshaya Mohanty
альбом: Puni Thare Romantic Song Vol 3
ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
ସପନ ଭରା ଜୀବନେ ମୋର
ସପନ ଭରା ଜୀବନେ ମୋର
ରାତି ଆଉ କେତେ ବାକି?
ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
ସପନ ଭରା ଜୀବନେ ମୋର
ସପନ ଭରା ଜୀବନେ ମୋର
ରାତି ଆଉ କେତେ ବାକି?
ଝୁମି ଝୁମି ଆସେ ଆଖି
ରାଲାଲା-ଲାଲା-ଲାଲାଲା
ରୁ-ରୁ-ରୁ
ଅନେକ ତାରା ଆକାଶ ସାରା
କିଏ ବା କାହାର ସାଥୀ, ସାଥୀ, ସାଥୀ
ଦିନର ବୁକେ ସବୁ ତ ହଜେ
ସରିଲେ ରାତିର ଗୀତି
ପାଏନା ଖୋଜି ସକାଳେ କା'ରେ
ପାଏନା ଖୋଜି, ସକାଳେ କା'ରେ
ହାରେ ମୁଁ ଡାକି ଡାକି, ହାଏ
ଆଖି ଯାଏ ମୋର ଥକି
ଝୁମି ଝୁମି ଆସେ ଆଖି
ଅନେକ ଜଳି, ଅନେକ ଖେଳି
ପାଇଛି ଆଜି ଖୋଜି, ଖୋଜି, ଖୋଜି
ଜୀବନ ମୋର କରଜ ସିନା
ହେବନି କେବେ ସୁଝି
ସେଇଥିପାଇଁ ସପନ ହାତେ
ସେଇଥିପାଇଁ ସପନ ହାତେ
ଦେଇଛି ମତେ ବିକି, ହାଏ
ଜହ୍ନ ଏକା ମୋର ସାକ୍ଷୀ
ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
ସପନ ଭରା ଜୀବନେ ମୋର
ସପନ ଭରା ଜୀବନେ ମୋର
ରାତି ଆଉ କେତେ ବାକି?
ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
Поcмотреть все песни артиста
Другие альбомы исполнителя