Akshaya Mohanty - Kaliaa Dhana Mo Ranka Ratan текст песни
Исполнитель:
Akshaya Mohanty
альбом: Kalia Gosain
କାଳିଆ ଧନ, ମୋ ରଙ୍କ-ରତନ
ଡାକି-ଡାକି ତୋତେ ଯାଉ ଜୀବନ
କାଳିଆ ଧନ, ମୋ ରଙ୍କ-ରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
ମୋ ଗଳା ମାଳିଆ, ଚିକଣ କାଳିଆ
ମୋ ଗଳା ମାଳିଆ, ଚିକଣ କାଳିଆ
ଝୁରେଇ ମୋ ମନ ଶ୍ରୀଚକାନୟନ
କାଳିଆ ଧନ, ମୋ ରଙ୍କରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
♪
ତୁ ମୋର ଜୀବନର ସରଗ ଚାନ୍ଦ
ତୋତେ ସବୁ ଜଣା ମୋ ଭଲମନ୍ଦ
ତୁ ମୋର ଜୀବନର ସରଗ ଚାନ୍ଦ
ତୋତେ ସବୁ ଜଣା ମୋ ଭଲମନ୍ଦ
ତୋ ରୂପରେ ଆଖି ଯାଇଛି ଲାଖି
କଳାମାଳି ବୋଲିରେ ମୋ ଚକାଆଖି
ତୋ ରୂପରେ ଆଖି ଯାଇଛି ଲାଖି
କଳାମାଳି ବୋଲିରେ ମୋ ଚକାଆଖି
ଦିବାନିଶି ତୋର କରି ଭଜନ
ପଙ୍କଜ ଚରଣେ ରହୁ ମୋ ମନ
ଦିବାନିଶି ତୋର କରି ଭଜନ
ପଙ୍କଜ ଚରଣେ ରହୁ ମୋ ମନ
ମୋ ଗଳା ମାଳିଆ, ଚିକଣ କାଳିଆ
ମୋ ଗଳା ମାଳିଆ, ଚିକଣ କାଳିଆ
ଝୁରେଇ ମୋ ମନ ଶ୍ରୀଚକାନୟନ
କାଳିଆ ଧନ, ମୋ ରଙ୍କରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
♪
ଅନ୍ଧର ଲଉଡ଼ି ମୋର ନୟନତାରା
କାହିଁ ତା ଜୀବନ ହୃଦପସରା
ଅନ୍ଧର ଲଉଡ଼ି ମୋର ନୟନତାରା
କାହିଁ ତା ଜୀବନ ହୃଦପସରା
ମନ ଜାଣି ତୋର ମନ ତୋଷିବି
ଯାହା ମୋର ଅଛି ସବୁ ମୁଁ ଦେବି
ମନ ଜାଣି ତୋର ମନ ତୋଷିବି
ଯାହା ମୋର ଅଛି ସବୁ ମୁଁ ଦେବି
ଥରେ କହିଦେ ରେ ମୁଁ ତୋର ଧନ
କପଟ ନ କରି ଜଗମୋହନ
ଥରେ କହିଦେ ରେ ମୁଁ ତୋର ଧନ
କପଟ ନ କରି ଜଗମୋହନ
ମୋ ଗଳା ମାଳିଆ, ଚିକଣ କାଳିଆ
ମୋ ଗଳା ମାଳିଆ, ଚିକଣ କାଳିଆ
ଝୁରେଇ ମୋ ମନ ଶ୍ରୀଚକାନୟନ
କାଳିଆ ଧନ ମୋ, ରଙ୍କ-ରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
କାଳିଆ ଧନ ମୋ, ରଙ୍କ-ରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
କାଳିଆ ଧନ ମୋ, ରଙ୍କ-ରତନ
ଡ଼ାକି-ଡ଼ାକି ତୋତେ ଯାଉ ଜୀବନ
Поcмотреть все песни артиста
Другие альбомы исполнителя