Kuldeep Pattanaik - Ama Jagannatha текст песни
Исполнитель:
Kuldeep Pattanaik
альбом: Ama Jagannatha
କଳା କଳେବର, ଆମ ହଟିଆ ଠାକୁର
ରଥାରୁଢ଼ ହବ କାଲି ମିଳିଛି ଖବର
ରାଇଜେ ତ ଚୋର ଆମ ନଟିଆ ନାଗର
ଜନ୍ମବେଦୀ ଯିବ ବୋଲି ମିଳିଛି ଖବର
ଆମ ସକଳ ଘଟର ପ୍ରାଣବିନ୍ଦୁ
କାଲି ପହଁରିବ ଯାଇ ଜନସିନ୍ଧୁ
ଗର୍ବରେ ଓଡ଼ିଆ, ଭାବରେ ଓଡ଼ିଆ
କହୁଥିବ ଟେକି ହାତ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
ପଥ କହୁଥିବ ରଥକୁ
ଧିରେ-ଧିରେ ନେ ମୋ ନାଥକୁ
ହୋ ଭାବ ବିହ୍ୱଳର ସୁଅରେ ଶ୍ରୀଧର
ଭାସୁଥିବ ଖୋଲି ନେତ୍ରକୁ
ଆମ ଘରର ମୂରବୀ ଦାରୁଦିଅଁ
କାଲି ଦେଖେଇ ବୁଲିବ ଚାନ୍ଦ ମୁହଁ
ନାଚିବ ଓଡ଼ିଆ, ଝୁମିବ ଓଡ଼ିଆ
କଂପୁଥିିବ ଶଙ୍ଖତୀର୍ଥ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
ସାଥେ ଧରି ଭାଇ ଭଉଣୀ
ତୁଳସୀରେ ହବ ସେ ଛାଉଣି
କଳା କଉଡ଼ିକୁ କୋଳରେ କୋଳେଇ
ଧନ୍ୟ ମଣୁଥିବ ଧରଣୀ
ତମ ଷାଠିଏ ପଉଟି ଭୋଗଖିଆ
କାଲି କରିବରେ ଭାବ ଦିଆ ନିଆ
କହିବ ଓଡ଼ିଆ, ଗାଇବ ଓଡ଼ିଆ
ସବୁ ମିଛ ଏକା ସତ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
ଆମ ଜଗନ୍ନାଥ, ଆମ ଜଗନ୍ନାଥ, ଆମ ଜଗନ୍ନାଥ
Поcмотреть все песни артиста
Другие альбомы исполнителя