Kuldeep Pattnaik - Rangalata текст песни
Исполнитель:
Kuldeep Pattnaik
альбом: Rangalata
ଯଉ ଦିନ ଦେଖିଥିଲି ତତେ ତୋ ଯିବା ବାଟରେ
ମହକରେ ଗୁଡ଼େଇକି ମନ ମୋ ନେଇଗଲୁ ରେ
ତୋ ପରିକା ମନେ-ମନେ ଜଣେ ମୁଁ ଖୋଜୁଥିଲି ରେ
ତୁ ଦେଖା ହେଲାପରେ ପ୍ରେମର ଅବିର ଝରେ
ତା-ରି-ନା-ରି-ତା-ରି-ନା
ରହିଥିଲି ଯେବେ ତତେ ମୁଁ ଅନେଇ
ଗୋଟେ इशारा ରେ ଗଲା ପ୍ରେମ ହେଇ
ଏତେ କାଇଁ ଆଜି ଦେଖଉ ନଖରା?
ଖୋଲିଛି ରେ ମନ ଖାତା
ଏ ରଙ୍ଗଲତା, ରଙ୍ଗଲତା
ଆଉ ଋଷୁନା ତୁ ମିଛେ ମିଛେ, ମାନିଯା କଥା
ଏ ରଙ୍ଗଲତା, ରଙ୍ଗଲତା
ଆଉ ଋଷୁନା ତୁମିଛେ ମିଛେ, ମାନିଯା କଥା
♪
ଏତେ ରଙ୍ଗ ଦେଇ ତତେ କିଏ ଦେଲା ଗଢି?
ତୋ ପାଇଁକି ଫଗୁଣଟା ବସେ ମନ ମାରି
ଭାବିଦିଏ ଯେବେ ରେ ମୁଁ ତୋ କଥା ମନରେ
ପବନ ଟା ଶୁଣିଦେଇ ଚଗଲାମୀ କରେ
ଗୋଡ କାଢି ଥରେ ମୋ ପାଖେ ଚାଲିଆ
सुरु ହେଇଯିବ ପ୍ରେମ ନୂଆ ନୂଆ
ପାଦ ଚିପିଚିପି ଚାଲିଗଲେ ତୁ ଝରିଯାଉଛି ମୁକୁତା
ଏ ରଙ୍ଗଲତା, ରଙ୍ଗଲତା
ଆଉ ଋଷୁନା ତୁ ମିଛେ ମିଛେ, ମାନିଯା କଥା
ଏ ରଙ୍ଗଲତା, ରଙ୍ଗଲତା
ଆଉ ଋଷୁନା ତୁ ମିଛେ ମିଛେ, ମାନିଯା କଥା
♪
ହା, ଆଖିରେ ଆଖିରେ ମତେ ଯେବେ ଦେଲୁ ଠାରି
ମେଘ ବରଷିନି ମନ ଭିଜିଲା ଯେ ପରି
ଜଳେଇକି ମତେ ଏତେ କି ଲାଭ ତୁ ପାଉ?
ଗଡ଼ିଗଲେ ଶୁଭାବେଳା କହିବୁନି ଆଉ
ହଁ, ଏତେ ଯଦି ଇଚ୍ଛା, କାହିଁ କରୁ ଡେରି?
ଚାହୁଁ ଚାହୁଁ ପ୍ରେମ ଋତୁ ଯିବ ଫେରି
ତୋ ପାଇଁ ନୀତି ହୁଏ ମୁଁ ତରସି
ବଢିଯାଏ ମୋର ଚିନ୍ତା
ମୁଁ ରଙ୍ଗଲତା, ରଙ୍ଗଲତା
ମୁଁ ହେଇଗଲି ତୋର ଆଜି ମନେ ରଖିଥା
ମୁଁ ରଙ୍ଗଲତା, ରଙ୍ଗଲତା
ମୁଁ ହେଇଗଲି ତୋର ଆଜି ମନେ ରଖିଥା
Поcмотреть все песни артиста
Другие альбомы исполнителя