Sailendra Samantray - Bijuli Kanya текст песни
Исполнитель:
Sailendra Samantray
альбом: Bijuli Kanya
ବହିଧରି ପଢୁଛି ମୁଁ ଯେତେ ନିଷ୍ଠା ରେ
ମୁହଁ ତୋର ଦିଶେ ମତେ ପ୍ରତି ପୃଷ୍ଠା ରେ
ହଁ, ପ୍ରେମ ତୋର ଲାଗେ ମତେ ମୃଗତୃଷ୍ଣା ରେ
ତଥାପି ମୁଁ ହଜିଯାଏ ସେଇ ବାସ୍ନା ରେ
ହୃଦୟର ପାଣିପାଗ
ବଦଳେଇ ଦିଏ ରଙ୍ଗ
ଦେଖୁ-ଦେଖୁ ତୋ ପରି ଅନନ୍ୟା
ତୁ ବିଜୁଳି କନ୍ୟା
ତୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
ତୁ ବିଜୁଳି କନ୍ୟା
ତୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
♪
ତୁ ଦେଇଥିବା chocolate ର
ଜରି କୁ ସାଇତି ରଖିଛି
ତୁ ଦେଇଥିବା bracelet ରେ
ତତେ ମୁଁ ନିତି ଖୋଜୁଛି
ପ୍ରେମର ଏ ଜଳବାୟୁ
ରଖେଇ ଦଉନି ଆଉ
ତୋ ଛୁଆଁରେ ମହୁ ହେଲା ବନ୍ୟା
ମୁଁ ବିଜୁଳି କନ୍ୟା
ମୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
ତୁ ବିଜୁଳି କନ୍ୟା
ତୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
♪
ମୋ ପାଖେ ବି ତ ଥାଏ pencil
ତତେ ମୁଁ ନିଇତି ମାଗୁଛି
ହୁଁ, ତୁ ଛାଡ଼ି ଯାଇଥିବା ରୁମାଲ୍ କୁ
ମୁଁ ନେଇଯାଏ ମୋ ସାଥିରେ
ମନର ଏ ପାନ୍ଥଶାଳା
ତୋ ଲାଗି ଅଛି ମୁକୁଳା
ହେଇଯା ତୁ ଥରେ ମୋ ସରନ୍ୟା
ତୁ ବିଜୁଳି କନ୍ୟା
ତୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
ମୁଁ ବିଜୁଳି କନ୍ୟା
ମୋ ରୂପେଲି ଦେହରେ ଉଠେ ବୟସର ବନ୍ୟା
Поcмотреть все песни артиста
Другие альбомы исполнителя