Kishore Kumar Hits

Subhasish Mahakud - Banaste Dakila Gaja текст песни

Исполнитель: Subhasish Mahakud

альбом: Basanta Pabana


ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ ଘେନି ନୁଆଁ ସଜ-ବାଜ
ବଉଳଲୋ ଘେନି ନୁଆଁ ସଜ-ବାଜ
ପାଚିଲା ପଣସ, ଆମ୍ବ
ପାଚିଲା ପଣସ, ଆମ୍ବ
ପରଖି ନକଲୁ ଯାହାଠି ଭାବ
ଯାହାଠି ଭାବଲୋ ସେତ ଦିନେ ଦଗାଦବ
ବଉଳଲୋ ସେତ ଦିନେ ଦଗାଦବ
ଥିରି-ଥିରି ଝୁଲା ଦୋଳି
ଥିରି-ଥିରି ଝୁଲା ଦୋଳି
ଓଢ଼ଣୀ ଯାଉଛି ପବନେ ଉଡ଼ି
ପବନେ ଉଡିଲୋ ଗଭାଫୁଲ ଯାଏ ଝଡ଼ି
ବଉଳଲୋ ଗଭାଫୁଲ ଯାଏ ଝଡ଼ି
ଉଠିଲା ବାଉଁଶ ଗଜା
ଉଠିଲା ବାଉଁଶ ଗଜା
ପରବ ଭିତରେ ରଜତ ରଜା
ରଜତ ରଜାଲୋ ଆସ ମନେଇବା ମଜା
ବଉଳଲୋ ଅସ ମନେଇବା ମଜା
ଆମ୍ବ ବନେ କେଳିକୁଞ୍ଜ
ଆମ୍ବ ବନେ କେଳିକୁଞ୍ଜ
Mobile ଆଣେ କେତେ message
କେତେ message ଲୋ ନୂଆ-ନୂଆ ଲାଗେ ରଜ
ବଉଳଲୋ ନୂଆ-ନୂଆ ଲାଗେ ରଜ
ଦୋଳି ଛୁଇଁଯାଏ ଡାଳ
ଦୋଳି ଛୁଇଁଯାଏ ଡାଳ
ପରଦେଶୀ ପ୍ରେମ ସାଜଇ କାଳ
ସାଜଇ କାଳଲୋ କାନ୍ଦି-କାନ୍ଦି ଯାଏ ବେଳ
ବଉଳଲୋ କାନ୍ଦି-କାନ୍ଦି ଯାଏ ବେଳ
ଦୋଳି ମୁଣ୍ଡ କଟ-ମଟ
ଦୋଳି ମୁଣ୍ଡ କଟ-ମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟଲୋ ଦିଶୁଥାଏ ଝଟ-ଝଟ
ବଉଳଲୋ ଦିଶୁଥାଏ ଝଟ-ଝଟ
ପାଦରେ ଅଳତା ନାଲି
ପାଦରେ ଅଳତା ନାଲି
ଯିଏ ଖସିଦେଲା ଗଭାରେ ମଲ୍ଲି
ଗଭାରେ ମଲ୍ଲିଲୋ ତାକୁ ମୁଁ ପାରୁନି ଭୁଲି
ବଉଳଲୋ ତାକୁ ମୁଁ ପାରୁନି ଭୁଲି
ଏତ ଶେଷ ରଜ ମୋର
ଏତ ଶେଷ ରଜ ମୋର
ଆର ସନ ହବ ମୋ ବାହାଘର
ମୋ ବାହାଘରଲୋ ଭାଇ କିଣିଲେଣି ହାର
ବଉଳଲୋ ଭାଇ କିଣିଲେଣି ହାର
ଗୁମିହେଲା ରଜବତୀ
ଗୁମିହେଲା ରଜବତୀ
ମାଟିକି ହାଣିଲେ ଫାଟେତା ଛାତି
ଫାଟେତା ଛାତିଲୋ ସେତ ମା' ବସୁମତୀ
ବଉଳଲୋ ସେତ ମା' ବସୁମତୀ
ମାନୁଥିବୁ ରଜବିଧି
ମାନୁଥିବୁ ରଜବିଧି
ଚାଲିବୁ କଦଳୀ-ବାହୁଙ୍ଗା ବାନ୍ଧି
ବାହୁଙ୍ଗା ବାନ୍ଧିଲୋ ଗୁଆ ଖୋଳପାକୁ ପିନ୍ଧି
ବଉଳଲୋ ଗୁଆ ଖୋଳପାକୁ ପିନ୍ଧି
ଚହଟିଲା କୃଷ୍ଣଚୁଡ଼ା
ଚହଟିଲା କୃଷ୍ଣଚୁଡ଼ା
ରଜରେ ନଥାଏ ରନ୍ଧାକି ବଢ଼ା
ରନ୍ଧାକି ବଢ଼ାଲୋ ତିନିଦିନ ହାଣ୍ଡିଛଡ଼ା
ବଉଳଲୋ ତିନିଦିନ ହାଣ୍ଡିଛଡ଼ା
ଗୋଲାପ ଗଛର କଣ୍ଟା
ଗୋଲାପ ଗଛର କଣ୍ଟା
ଭାରି ଭଲଲାଗେ ଭିଣେଇ ଥଟ୍ଟା
ଭିଣେଇ ଥଟ୍ଟାଲୋ କରୁପଛେ ହଟ-ହଟା
ବଉଳଲୋ କରୁପଛେ ହଟ-ହଟା

Поcмотреть все песни артиста

Другие альбомы исполнителя

Похожие исполнители