Subhasish Mahakud - Tume Chanhuthla Sagara текст песни
Исполнитель:
Subhasish Mahakud
альбом: Swapna
ତୁମେ ଚାହୁଁଥିଲ ସାଗର ବେଳାରେ, ତୋଳିବାକୁ ବାଲିଘର
ମୁଁ ଚାହୁଁଥିଲି ଢ଼େଉର ଛାତିରୁ, ସାଉଁଟିବି ସ୍ମୃତି ମୋର
ତୁମେ କହୁଥିଲ ଢ଼େଉ ସ୍ମୃତି ସବୁ, ଅଧା ଖରା, ଅଧା ଛାଇ
ମୁଁ କହୁଥିଲି ବାଲିଘର ମିଛ, ଚିରଦିନ ରହେ ନାହିଁ

♪
ତୁମ ମନ ରଖି ଦିନେ ତୋଳି ଦେଲି
ବାଲିର ନଅର ଏକ, ନଅର ବାଲିର ଏକ
♪
ତୁମ ମନ ରଖି ଦିନେ ତୋଳି ଦେଲି
ବାଲିର ନଅର ଏକ, ନଅର ବାଲିର ଏକ
ନୀଳ ତୃଷ୍ନା ମୋର ସାଗର ଧୋଇଲା
ଢ଼େଉ ଦେଲା ଦୁଃଖ, ଢ଼େଉ ଦେଲା ଦୁଃଖ
ଏବେ ତୁମ କଥା ସ୍ମୃତି ପଣତରେ ରହିଛି କାହାଣୀ ହେଇ
ତୁମେ ଚାହୁଁଥିଲ ସାଗର ବେଳାରେ, ତୋଳିବାକୁ ବାଲିଘର
ମୁଁ ଚାହୁଁଥିଲି ଢ଼େଉର ଛାତିରୁ, ସାଉଁଟିବି ସ୍ମୃତି ମୋର
ତୁମେ କହୁଥିଲ ଢ଼େଉ ସ୍ମୃତି ସବୁ, ଅଧା ଖରା, ଅଧା ଛାଇ
ମୁଁ କହୁଥିଲି ବାଲିଘର ମିଛ, ଚିରଦିନ ରହେ ନାହିଁ
ତୁମେ ଚାହୁଁଥିଲ ସାଗର ବେଳାରେ, ତୋଳିବାକୁ ବାଲିଘର
♪
ମନ ଭାଙ୍ଗିଗଲେ ଯୋଡ଼ି କିବା ହୁଏ?
ମତେ ଥରେ ତୁମେ କୁହ, ଥରେ ମତେ ତୁମେ କୁହ
♪
ହୋ, ମନ ଭାଙ୍ଗିଗଲେ କିବା ଯୋଡ଼ି ହୁଏ?
ମତେ ଥରେ ତୁମେ କୁହ, ଥରେ ମତେ ତୁମେ କୁହ
ହୃଦୟର କଥା ଧୋଇ ଦିଏ ଖାଲି
ଆଖିତଳ ଲୁହ, ଆଖିତଳ ଲୁହ
କାହିଁକି କେଜାଣି ଆଜିବି ଜଳୁଛି ଜାଣେନି ମୁଁ ତୁମ ପାଇଁ
ତୁମେ ଚାହୁଁଥିଲ ସାଗର ବେଳାରେ, ତୋଳିବାକୁ ବାଲିଘର
ମୁଁ ଚାହୁଁଥିଲି ଢ଼େଉର ଛାତିରୁ, ସାଉଁଟିବି ସ୍ମୃତି ମୋର
ତୁମେ କହୁଥିଲ ଢ଼େଉ ସ୍ମୃତି ସବୁ, ଅଧା ଖରା, ଅଧା ଛାଇ
ମୁଁ କହୁଥିଲି ବାଲିଘର ମିଛ, ଚିରଦିନ ରହେ ନାହିଁ
ତୁମେ ଚାହୁଁଥିଲ ସାଗର ବେଳାରେ, ତୋଳିବାକୁ ବାଲିଘର
Поcмотреть все песни артиста
Другие альбомы исполнителя