Kishore Kumar Hits

Subhasish Mahakud - Mote Bhari Bhala Lage текст песни

Исполнитель: Subhasish Mahakud

альбом: Swapna


ଛାପିଦେଲି ତୁମ ଛବି ଏଇ ଛାତି ତଳେ
ନିରଳାରେ ଗପେ ବସି, ଏକା ଥିଲା ବେଳେ

ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା
ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା
କଥା ନୁହେଁ ଲାଗେ ସେତ ମେଘର ପହିଲି ଛିଟା
ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା

କେତେ କଥା ଭାବେ ବସି କହିବାକୁ
ହୋ-ଓ, ତୁମକୁ
କେତେ କଥା ଭାବେ ବସି କହିବାକୁ
ହୋ-ଓ, ତୁମକୁ
କାଳେ ତୁମେ ରାଗିଯିବ ରୋକିନିଏ ନିଜକୁ
କାଳେ ତୁମେ ରାଗିଯିବ ରୋକିନିଏ ନିଜକୁ
ଥରୁଟେ ପଚାରି ଦିଅ ଲାଜରେ ନୁଆଇ ମଥା
ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା

ତୁମକୁ ନପଚାରି ମୁଁ ତୁମ ଛବି ରଖିଛି
ତୁମକୁ ନପଚାରି ମୁଁ ତୁମ ଛବି ରଖିଛି
ନିରଳାରେ ମନକଥା ତାକୁ ସବୁ କହିଛି
ନିରଳାରେ ମନକଥା ତାକୁ ସବୁ କହିଛି
କେଜାଣି ଥୋଇବି କେବେ ପ୍ରେମର ପ୍ରଥମ ଇଟା
ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା
ମୋତେ ଭାରି ଭଲଲାଗେ ତୁମ ନୀରବତା
ଚୁନା-ଚୁନା ହସ ଆଉ ପଦେ-ଅଧେ କଥା

Поcмотреть все песни артиста

Другие альбомы исполнителя

Похожие исполнители