Anjali Mishra - Sasughara Jebe текст песни
Исполнитель:
Anjali Mishra
альбом: Suna Jharana
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ଏଇ ବନ, ଝରଣା
ମୋ ଛାତି ର ବେଦନା
ଏଇ ବନ, ଝରଣା
ମୋ ଛାତି ର ବେଦନା
ହାତ ଠାରି ତତେ ଡ଼ାକିବେ ଖାଲି ଲୋ, ହାତ ଠାରି ତତେ ଡ଼ାକିବେ ଖାଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
♪
ମୋ ଆଖିକୁ ନିଦ ସାତ ସପନ ଲୋ
ଫୁଲ ଶେଯ ପାଇଁ ନାଚୁଛି ତୋ ମନ
ଅଧା ରହିଗଲା ମୋର ଏ ଜୀବନ
ଛନ-ଛନ ହୁଏ ତୋ ଯଉବନ
ମୋ ଓଠ ର ଛୁଆଁ
ମନେ ତ ପଡେନା?
ଥରଟିଏ ମତେ କହିଦେ ଖୋଲି ଲୋ, ଥରଟିଏ ମତେ କହିଦେ ଖୋଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
♪
ଶଙ୍ଖାସିନ୍ଦୂର ର ଅଛି କି ମନ୍ତର
କରିଦେବ ମତେ ତୋ ଠାରୁ ପର
କାନ୍ଦେ ମୋ ଅନ୍ତର, ହଁ କାନ୍ଦୁଛି ସହର
ସାକ୍ଷୀ ଥିଲା ଯିଏ ଆମ ମିଳନର
ମୋ ମନର ନିଆଁ
ଜାଳେ ମୋ ଦୁନିଆଁ
ଥରଟିଏ ତତେ ଦେଖିବି ବୋଲି ଲୋ, ଥରଟିଏ ତତେ ଦେଖିବି ବୋଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ଏଇ ବନ, ଝରଣା
ମୋ ଛାତି ର ବେଦନା
ଏଇ ବନ, ଝରଣା
ମୋ ଛାତି ର ବେଦନା
ହାତ ଠାରି ତତେ ଡ଼ାକିବେ ଖାଲି ଲୋ, ହାତ ଠାରି ତତେ ଡ଼ାକିବେ ଖାଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ଶାଶୁଘର ଯେବେ ତୁ ଯିବୁ ଚାଲି
ସତ କହ ମୋତେ ପାରିବୁକି ଭୁଲି
ସତ କହ ମୋତେ ପାରିବୁକି ଭୁଲି
ସତ କହ ମୋତେ ପାରିବୁକି ଭୁଲି
Поcмотреть все песни артиста
Другие альбомы исполнителя