Bhikhari Bala - Tote Kemiti текст песни
Исполнитель:
Bhikhari Bala
альбом: Bada Deula
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ସୁଭଦ୍ରା ତୋର ଭଉଣୀ, ଜୟ ଲକ୍ଷ୍ମୀ ଠାକୁରାଣୀ
ଜନନୀ ରୂପେ ପାଇଛୁ ଯଶୋଦା ମାଆ
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ
♪
ଭାବିଲି ତୋ ବନ୍ଧୁ ହେବି
ଦୁଃଖେ-ଶୁଖେ ସାଥୀ ହେବି
ଆପଣା ର ହୋଇଥିବି
ପାଶେ-ପାଶେ ରହିଥିବି
ହୋଇ କି ପାରିବି ମୁଁ ସୁଦାମା ଭଳିଆ
କହ-କହ କାଳିଆ? କହ-କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
♪
ଭକତ ତୋ ହେବି ବୋଲି
ଆପଣା କୁ ଗଲି ଭୁଲି
ଧନ୍ୟ ଭକ୍ତ ସାଲବେଗ
କିଏ ତାର ତୁଲ ହେବ
ହୋଇକି ପାରିବି ମୁଁ ଭକତ ଦାସିଆ
କହ-କହ କାଳିଆ? କହ-କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
♪
ଯେମିତି ଅଛି ମୁଁ ସେମିତି ଥିବି
ସକାଳେ-ସକାଳେ ନୀଳାଚଳ କୁ ଯିବି
ମନଭରି ଦେଖିବି ତୋ ଚକା ନୟନ
ହାତପାତି ମାଗିବି ତୋ ଅବଢ଼ା ଅନ୍ନ
ତୁଣ୍ଡ ରେ ମୋ ଗାଉଥିବି ସଦା ତୋ ନାଆଁ
କହ-କହ କାଳିଆ? କହ-କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ସୁଭଦ୍ରା ତୋର ଭଉଣୀ, ଜୟ ଲକ୍ଷ୍ମୀ ଠାକୁରାଣୀ
ଜନନୀ ରୂପେ ପାଇଛୁ ଯଶୋଦା ମାଆ
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
ତୋତେ କେମିତି ଡ଼ାକିବି ମୁଁ କହ କାଳିଆ?
Поcмотреть все песни артиста
Другие альбомы исполнителя