Bhikhari Bala - Kuha Jagannath текст песни
Исполнитель:
Bhikhari Bala
альбом: Bada Deula
କୁହ ଜଗନ୍ନାଥ, "କାହିଁ ପାଇଁ ଏତେ ପାତର-ଅନ୍ତର ନୀତି?"
କୁହ ଜଗନ୍ନାଥ, "କାହିଁ ପାଇଁ ଏତେ ପାତର-ଅନ୍ତର ନୀତି?"
କାହା ପାଇଁ ହସ ଜୁଆର ଛୁଟାଅ?
କାହା ପାଇଁ ଲୁହ ନିତି?
କୁହ ଜଗନ୍ନାଥ
♪
ତୁମେ ପରା ପ୍ରଭୂ ସାରା ଜଗତ ର
ତୁମେ ପରା ପ୍ରଭୂ ସାରା ଜଗତ ର
ବୋଲାଓ ଜଗତ ସ୍ବାମୀ
ସବୁରି ମରମ ବୁଝିପାର ବୋଲି
ତୁମେ ତ ଅନ୍ତର୍ଯ୍ୟାମୀ
ତୁମେ ନିଜେ କୁହ, "ସତ କି ଏ କଥା, ଏମିତି କି ତୁମ ନିତି?"
କୁହ ଜଗନ୍ନାଥ
♪
ନପାରିବ ଯଦି କାନ୍ଦିଲା ଆଖିରୁ
ନପାରିବ ଯଦି କାନ୍ଦିଲା ଆଖିରୁ
ଝରିଗଲା ଲୁହ ପୋଛି
ନବୁଝିବ ଯଦି ଜଳିଲା ମନର
ଆକୁଳତା ବୁଝି କିଛି
କାହିଁକି କହିବି ଜଗତ ଠାକୁର?
ପାଷାଣରୁ ବଳି ଛାତି
କୁହ ଜଗନ୍ନାଥ, "କାହିଁ ପାଇଁ ଏତେ ପାତର-ଅନ୍ତର ନୀତି?"
କାହା ପାଇଁ ହସ ଜୁଆର ଛୁଟାଅ?
କାହା ପାଇଁ ଲୁହ ନିତି?
କୁହ ଜଗନ୍ନାଥ
କୁହ ଜଗନ୍ନାଥ
କୁହ ଜଗନ୍ନାଥ
Поcмотреть все песни артиста
Другие альбомы исполнителя