Bhikhari Bala - Nali Mandara Nali текст песни
Исполнитель:
Bhikhari Bala
альбом: Maa Tarinee Dukhha Harini
ନାଲି ମନ୍ଦାର, ନାଲି ସିନ୍ଦୂର
ନାଲି ମନ୍ଦାର, ନାଲି ସିନ୍ଦୂର
ପାଦୁକ ପାଣି, ବେଲ ପତର
ନାଲି ମନ୍ଦାର, ନାଲି ସିନ୍ଦୂର
ପାଦୁକ ପାଣି, ବେଲ ପତର
ଭୋଗ ନଡ଼ିଆ, ହୋ
ଭୋଗ ନଡ଼ିଆ, କେଡ଼େ ବଢ଼ିଆ
ଆଣିଛି ତାରିଣୀ ମାଆର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
♪
କାହା ଆଖି ଲୁହ ପାରେନା ସହି
ଲୁହ ପୋଛିଦିଏ କାନି ବଢ଼େଇ
ମାଆ ବୋଲି ତାକୁ ଡାକିଲେ ଥରେ
ସବୁ ଭୁଲିଯାଏ ସେଇ ଡ଼ାକରେ
ଧନ୍ୟ ସେହି ମାଆ, ଧନ୍ୟ ଘଟଗାଁ, ଧନ୍ୟ କେନ୍ଦୁଝର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
♪
ମାଆର କୃପାରୁ ହେଲି ଦେହୁରୀ
ଦିନ ବିତେ ମୋର ତା ପୂଜା କରି
କେତେ ଭକତଙ୍କ କେତେ ମାଗୁଣି?
ମାଆର ପାଦରେ ଜଳାଏ ପୁଣି
ଏଇ ଜୀବନ ହୋଇଛି ଧନ୍ୟ, ସେବାରେ ତାହାର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ନାଲି ମନ୍ଦାର, ନାଲି ସିନ୍ଦୂର
ନାଲି ମନ୍ଦାର, ନାଲି ସିନ୍ଦୂର
ପାଦୁକ ପାଣି, ବେଲ ପତର
ନାଲି ମନ୍ଦାର, ନାଲି ସିନ୍ଦୂର
ପାଦୁକ ପାଣି, ବେଲ ପତର
ଭୋଗ ନଡ଼ିଆ, ହୋ
ଭୋଗ ନଡ଼ିଆ, କେଡ଼େ ବଢ଼ିଆ
ଆଣିଛି ତାରିଣୀ ମାଆର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
ଦେହୁରୀ ମୁଁ ଘଟଗାଁର
Поcмотреть все песни артиста
Другие альбомы исполнителя