Bhikhari Bala - Kemiti Kahibi текст песни
Исполнитель:
Bhikhari Bala
альбом: Punya Tirtha
କେମିତି କହିବି ମୁଁ କାଳିଆ ତତେ?
କେମିତି କହିବି ମୁଁ କାଳିଆ ତତେ?
ମୋ ଭଲପାଇବା...
ମୋ ଭଲପାଇବା ତୋପାଇଁ କେତେ
ନରେନ୍ଦ୍ରରେ ଜଳ ଯେତେ, ବଡଦାଣ୍ଡେ ଧୂଳି ଯେତେ
ନରେନ୍ଦ୍ରରେ ଜଳ ଯେତେ, ବଡଦାଣ୍ଡେ ଧୂଳି ଯେତେ
ମୋ ଭଲପାଇବା ତୋପାଇଁ କେତେ
କେମିତି କହିବି ମୁଁ କାଳିଆ ତତେ?
ସିଂହଦ୍ୱାର ଖୋଲିବାକୁ ନେତ ଚାହିଁଥାଏ
୫ ଜଣ୍ଣ ଶୁଣିବାକୁ କାନ ଡେରିଥାଏ
ସିଂହଦ୍ୱାର ଖୋଲିବାକୁ ନେତ ଚାହିଁଥାଏ
୫ ଜଣ୍ଣ ଶୁଣିବାକୁ କାନ ଡେରିଥାଏ
କଇବଲ୍ୟ ପାଇବାକୁ ହାତ ପାତିଦିଏ
ବଡଦାଣ୍ଡ ଧୂଳି ମୋର ଦେହେ ବୋଳିହୁଏ
ମୋ ଭଲପାଇବା ତୋପାଇଁ କେତେ
ତୋ ଶରଧାବାଲି ଯେତେ, କଳ୍ପବଟେ ପତ୍ର ଯେତେ
ମୋ ଭଲପାଇବା ତୋପାଇଁ ସେତେ
କେମିତି କହିବି ମୁଁ କାଳିଆ ତତେ?
କେମିତି କହିବି ମୁଁ କାଳିଆ ତତେ?
୨୨ ପାହାଚେ ତୋର ନୀତି ଗଡିଯାଏ
ନରେନ୍ଦ୍ର ଜଳରେ ନୀତି ମୁଁ ବୁଡ଼ ପକାଏ
୨୨ ପାହାଚେ ତୋର ନୀତି ଗଡିଯାଏ
ନରେନ୍ଦ୍ର ଜଳରେ ନୀତି ମୁଁ ବୁଡ଼ ପକାଏ
କଳ୍ପବଟରେ ମୁହିଁ ନିଜେ ଝୁଲିଯାଏ
ଅପଲକେ ତୋର ଚକାଆଖି ଚାହିଁଥାଏ
ମୋ ଭଲପାଇବା ତୋପାଇଁ ଯେତେ
ତୋ ଅବଢ଼ା-ଅନ୍ନ ଯେତେ, ତୋ ଭକତ-ଜନ ଯେତେ
ମୋ ଭଲପାଇବା ତୋପାଇଁ ସେତେ
କେମିତି କହିବି ମୁଁ କାଳିଆ ତତେ?
କେମିତି କହିବି ମୁଁ କାଳିଆ ତତେ?
ମୋ ଭଲପାଇବା...
ମୋ ଭଲପାଇବା ତୋପାଇଁ କେତେ
ନରେନ୍ଦ୍ରରେ ଜଳ ଯେତେ, ବଡଦାଣ୍ଡେ ଧୂଳି ଯେତେ
ମୋ ଭଲପାଇବା ତୋପାଇଁ ସେତେ
କେମିତି କହିବି ମୁଁ କାଳିଆ ତତେ?
କେମିତି କହିବି ମୁଁ କାଳିଆ ତତେ?
Поcмотреть все песни артиста
Другие альбомы исполнителя