Bhikhari Bala - Prabhu Jaha Karnati текст песни
Исполнитель:
Bhikhari Bala
альбом: Shree Mandira
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ଦୁଃଖତ ଦିଅନ୍ତି, ସୁଖତ ଦିଅନ୍ତି
ଦୁଃଖତ ଦିଅନ୍ତି, ସୁଖତ ଦିଅନ୍ତି
କଷଟି ପଥରେ, କଷିବା ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ଦୁଃଖର ଭିତରେ ଭକତି ଯା' ଥାଏ
ପ୍ରଭୁପାଦ କୁ ଯେ ଆଶ୍ରା କରିଥାଏ
ଦୁଃଖକୁ କରୁଣା ବୋଲି ଭାବି ମନେ
ଖୁସି ରହେ ସଦା ମଜି ପ୍ରଭୁ ନାମେ
ପ୍ରଭୁତ ତାହାକୁ ଆଣନ୍ତି ପାଖକୁ
ପ୍ରଭୁତ ତାହାକୁ ଆଣନ୍ତି ପାଖକୁ
ରଖିବା ପାଇଁ କି ଘଣ୍ଟ ଘୋଡେଇ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ସୁଖର ଭିତରେ ବୁଡ଼ି ରହେ ଯିଏ
ଶ୍ରୀରଙ୍ଗା ଚରଣ ସେବା କରୁଥାଏ
ସଂକୀର୍ତ୍ତନ କରି ସାଧୁ ସଙ୍ଗତରେ
ଦାନ କରୁଥାଏ ଦୁଃଖୀ, ଗରିବରେ
ବିପଦେ ଆପଦେ ତାକୁ ପାଦେ-ପାଦେ
ବିପଦେ ଆପଦେ ତାକୁ ପାଦେ-ପାଦେ
ଚାହିଁଥାନ୍ତି ପ୍ରଭୁ ହୋଇ ତା ଛାଇ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ଦୁଃଖତ ଦିଅନ୍ତି, ସୁଖତ ଦିଅନ୍ତି
କଷଟି ପଥରେ, କଷିବା ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
ପ୍ରଭୁ ଯାହା କରନ୍ତି, ପ୍ରାଣୀର ମଙ୍ଗଳ ପାଇଁ
Поcмотреть все песни артиста
Другие альбомы исполнителя