Kishore Kumar Hits

Bhikhari Bala - Sansara Ku Mate текст песни

Исполнитель: Bhikhari Bala

альбом: Shree Mandira


ସଂସାରକୁ ମୋତେ ଆଣିଛ ଠାକୁରେ
ତୁମେ ତ ଭରଷା ମୋର
ତୁମେ ତ ଭରଷା ମୋର
ସମର୍ପି ଦେଇଛି ତୁମ ଶ୍ରୀଚରଣେ ଏ ଜୀବନ ଫୁଲ ମୋର
ତ୍ରାହିମାମ୍, ତ୍ରାହିମାମ୍, ତ୍ରାହିମାମ୍ ଜଗଦିଶ୍ୱର
ସଂସାରକୁ ମୋତେ ଆଣିଛ ଠାକୁରେ
ତୁମେ ତ ଭରଷା ମୋର
ତୁମେ ତ ଭରଷା ମୋର

ସୁଖରେ ଦୁଃଖରେ ତୁମେ ହେ ଠାକୁରେ, ହସେଇଛ, କନ୍ଦେଇଛ
ବୁଡିଗଲା ବେଳେ ଏଇ ଭବଜଳେ, କୂଳକୁ ମୋତେ ଆଣିଛ
ତୁମେ ଇଛାମୟ, ତୁମେ ଦୟାମୟ ବାରେ ମୋତେ ଦୟାକର
ତ୍ରାହିମାମ୍, ତ୍ରାହିମାମ୍, ତ୍ରାହିମାମ ଜଗଦିଶ୍ୱର
ସଂସାରକୁ ମୋତେ ଆଣିଛ ଠାକୁରେ
ତୁମେ ତ ଭରଷା ମୋର
ତୁମେ ତ ଭରଷା ମୋର

ଏ ମାୟା-ଜଞ୍ଜାଳ, ସଂସାର ଭିତରେ, ବୁଝେନା ମୁଁ ପାପ-ପୁଣ୍ୟ
ତୁମ ଶ୍ରୀପୟରେ, ଶରଣ ମିଳିଲେ, ଜୀବନ ହେବ ମୋ ଧନ୍ୟ
ତୁମେ ବାପା-ମା, ତୁମେ ଏକା ସାହା, କର ହେ, ମୋତେ ଉଦ୍ଧାର
ତ୍ରାହିମାମ୍, ତ୍ରାହିମାମ୍, ତ୍ରାହିମାମ୍ ଜଗଦିଶ୍ୱର
ସଂସାରକୁ ମୋତେ ଆଣିଛ ଠାକୁରେ
ତୁମେ ତ ଭରଷା ମୋର
ତୁମେ ତ ଭରଷା ମୋର
ସମର୍ପି ଦେଇଛି ତୁମ ଶ୍ରୀଚରଣେ ଏ ଜୀବନ ଫୁଲ ମୋର
ତ୍ରାହିମାମ୍, ତ୍ରାହିମାମ୍, ତ୍ରାହିମାମ୍ ଜଗଦିଶ୍ୱର

Поcмотреть все песни артиста

Другие альбомы исполнителя

Похожие исполнители