Kishore Kumar Hits

Bhikhari Bala - Bada Deula Re Neta текст песни

Исполнитель: Bhikhari Bala

альбом: Shree Mandira


ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର
ମୋ ଠାକୁର, ଭକତର, ଭକତ ଯେ ତାଙ୍କର
ଭକତର ଲାଗି ଖୋଲା, ଯା ସିଂହଦ୍ଵାର
ଭକତର ଲାଗି ଖୋଲା, ଯା ସିଂହଦ୍ଵାର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର

ତାଙ୍କ ଦରଶନ ସୁଖ ଜଗତେ ନାହିଁ
ସୁଖରେ ଝରଇ ଲୁହ ସେ ମୁଁହ ଚାହିଁ
ତାଙ୍କ ନିର୍ମାଲ୍ୟ, ତୁଳସୀ, ପାଦୁକ ପାଇ
ବାଇଶି ପାହାଚେ ଗଡ଼ ଅଭଢ଼ା ଖାଇ
କି ସୁନ୍ଦର ସେ ଅଭଡ଼ା, ସେ ବେଶର ମହୁର
ଭକତର ଲାଗି ଖୋଲା, ଆନନ୍ଦ ବଜାର
ଭକତର ଲାଗି ଖୋଲା, ଆନନ୍ଦ ବଜାର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର

ଧୂପରେ, ଦୀପରେ ତୋଷ, ନୁହଁନ୍ତି ସେ ଯେତେ
ପୂଜା ଠାରୁ ଭକତିରେ, ଭାବ ତାଙ୍କ ସେତେ
ଭାବ ବିନୋଦିଆ ସେହି, କାଳିଆ ଠାକୁର
ଭାବକୁ ନିକଟ ସେତ, ଅଭାବକୁ ଦୂର
ସେହି ହସ, ସେହି ବେଶ, ସେ ଆଳତୀ କର୍ପୁର
ଭକତ ର ଲାଗି ସେତ ବୈକୁଣ୍ଠ ପୁର
ଭକତ ର ଲାଗି ସେତ ବୈକୁଣ୍ଠ ପୁର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର
ମୋ ଠାକୁର, ଭକତର, ଭକତ ଯେ ତାଙ୍କର
ଭକତର ଲାଗି ଖୋଲା, ଯା ସିଂହଦ୍ଵାର
ଭକତର ଲାଗି ଖୋଲା, ଯା ସିଂହଦ୍ଵାର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର
ବଡ଼ ଦେଉଳରେ ନେତ, ଉଡ଼େ ଫର-ଫର
ଦେଉଳେ ଅଛନ୍ତି, ମୋର କାଳିଆ ଠାକୁର

Поcмотреть все песни артиста

Другие альбомы исполнителя

Похожие исполнители