Bhikhari Bala - Hari Na Bhaju Kahin текст песни
Исполнитель:
Bhikhari Bala
альбом: Khanjani Bhajan
ହରି ଭଜୁଥା, କୃଷ୍ଣ ଭଜୁଥା, ରାମ ଭଜୁଥା
ମନ ହରି ନାମ ଗଣ୍ଠିଧନ କରିଥା
ତୁ କୃଷ୍ଣ ନାମ ଗଣ୍ଠିଧନ କରିଥା ରେ
ହରି ଭଜୁଥା
ମନ ହରି ନାମ ଗଣ୍ଠିଧନ କରିଥା
ତୁ କୃଷ୍ଣ ନାମ ଗଣ୍ଠିଧନ କରିଥା ରେ
ହରି ଭଜୁଥା
♪
କେ ତୋର ଜନନୀ? କେ ତୋର ବାନ୍ଧବ?
ଖାଇବା, ଖେଳିବା ସୁଖ ଶରଧା
ଗଲେ ଆଉ କାହୁଁ ଏ ଦେହ ପାଇବୁ?
ଗଲେ ଆଉ କାହୁଁ ଏ ଦେହ ପାଇବୁ?
ଘନଶ୍ୟାମ ରୂପ ଚିତ୍ତେ ଧ୍ୟାୟୁଥା ରେ
ହରି ଭଜୁଥା
♪
ଅର୍ଦ୍ଧ ଉର୍ଦ୍ଧ ପରେ ଧନ ରଖିଅଛୁ
ଚୋର ଘେନିଯିବ ଚିତ୍ତେ ଜଗିଥା
ଛଟକେ ମାରିବ କେହି ନଦେଖିବ
ଛଟକେ ମାରିବ କେହି ନଦେଖିବ
ଜ୍ୟୋତିପଥ ଭାଵ ମନେ ହେଜୁଥା
ହରି ଭଜୁଥା
ମନ ହରି ନାମ ଗଣ୍ଠିଧନ କରିଥା
ତୁ କୃଷ୍ଣ ନାମ ଗଣ୍ଠିଧନ କରିଥା ରେ
ହରି ଭଜୁଥା
♪
ବାରକଳା ରବି ଉଦେହେବା ଯାଏ
ଶ୍ରୀକୃଷ୍ଣ ଚରଣ ଚିତ୍ତେ ଧ୍ୟାୟୁଥା
ସେ ନାବେ ବସିବୁ, ଆନନ୍ଦେ ଭାସିବୁ
ସେ ନାବେ ବସିବୁ, ଆନନ୍ଦେ ଭାସିବୁ
ସବୁଦିନେ ଥିବ ତୋ ଯଶ କଥା ରେ
ହରି ଭଜୁଥା
♪
ହରି ନାମ ଧର, ଭବୁ ହେବୁ ପାର
ହରି ହରି ବୋଲି ହୃଦେ ଭାବୁଥା
କହେ ବଳରାମ, "ସେ ପାଦେ ସରଣ"
କହେ ବଳରାମ, "ସେ ପାଦେ ସରଣ"
ଛାର ଶିଷ୍ୟ ଟୋକା ପାଉଛି ବ୍ୟଥା ରେ
ହରି ଭଜୁଥା
ମନ ହରି ନାମ ଗଣ୍ଠିଧନ କରିଥା
ତୁ କୃଷ୍ଣ ନାମ ଗଣ୍ଠିଧନ କରିଥା ରେ
ହରି ଭଜୁଥା
ମନ ହରି ନାମ ଗଣ୍ଠିଧନ କରିଥା
ତୁ କୃଷ୍ଣ ନାମ ଗଣ୍ଠିଧନ କରିଥା ରେ
ହରି ଭଜୁଥା
Поcмотреть все песни артиста
Другие альбомы исполнителя