Bhikari Bal - Bandhu Milibe Tinijana текст песни
Исполнитель:
Bhikari Bal
альбом: Punarjanma
ଏଇ ଦୁନିଆରେ ଘର କରିଥିଲେ
ଏଇ ଦୁନିଆରେ ଘର କରିଥିଲେ
ବନ୍ଧୁ ମିଳିବେ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ଏଇ ଦୁନିଆରେ ଘର କରିଥିଲେ
ବନ୍ଧୁ ମିଳିବେ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ଜଣେ ଧନ ଦାସ, ଜଣେ ଜନ ଦାସ
ଜଣେ ଧନ ଦାସ, ଜଣେ ଜନ ଦାସ
ଧରମ ଦାସ ଏ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
♪
ପହିଲି ବନ୍ଧୁ ଟି ଧନ ଦାସ, ତାହାରି ପାଇଁ କି ସବୁ ନାଟ
ଜୀବନ ଟା ସାରା ଖଟି-ଖଟି, ସାଇତି ରଖିଛୁ ଯାହା କିଛି
ଗଲା ବେଳେ ଧନ ସାଥିରେ ନ ଯିବ
ପଡ଼ି ରହିଥିବ ଘର କୋଣ
ଏରୁଣ୍ଡି ବନ୍ଧରୁ ସରିଯିବ ପରା
ଏରୁଣ୍ଡି ବନ୍ଧରୁ ସରିଯିବ ପରା
ଧନ ଦାସଙ୍କର ବନ୍ଧୁ ପଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
♪
ଦ୍ଵିତୀୟ ବନ୍ଧୁଟି ଜନ ଦାସ, ଯା ପାଇଁ ବେଦନା ଦଶ ମାସ
ପିତା, ମାତା, ଭାର୍ଯ୍ୟା, କନ୍ୟା ସୂତ, ଯାହାଙ୍କୁ ଆପଣା ଭାବିଛୁ ତ
ଗଲା ବେଳେ ସବୁ କାନ୍ଦ-କାନ୍ଦ ହୋଇ
ଶମଶାନ ଯାଏ ଯିବେ ଜାଣ
ମଶାଣି ପଦାରୁ ସରିଯିବ ପରା
ମଶାଣି ପଦାରୁ ସରିଯିବ ପରା
ଜନ ଦାସଙ୍କର ବନ୍ଧୁ ପଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
♪
ପରମ ବନ୍ଧୁଟି ଧର୍ମ ଦାସ, ନିତ୍ୟ ଆନନ୍ଦରେ ତାର ବାସ
ପଥକୁ ସଙ୍ଖାଳି ଏକା ସେହି, ଦିନେ ନ ଖୋଜିଲୁ ତାକୁ ତୁହି
ଗଲା ବେଳେ ଏକା ସାଥିରେ ସେ ଯିବ
ସବୁଠି ରଖିବ ତର ଟାଣ
ଠିକଣା ବେଳକୁ ଶାହା ହେବ ତୋତେ
ଠିକଣା ବେଳକୁ ଶାହା ହେବ ତୋତେ
ଧରମ ଦାସର ବନ୍ଧୁ ପଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
ଏଇ ଦୁନିଆରେ ଘର କରିଥିଲେ
ଏଇ ଦୁନିଆରେ ଘର କରିଥିଲେ
ବନ୍ଧୁ ମିଳିବେ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ଜଣେ ଧନ ଦାସ, ଜଣେ ଜନ ଦାସ
ଜଣେ ଧନ ଦାସ, ଜଣେ ଜନ ଦାସ
ଧରମ ଦାସ ଏ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
ବନ୍ଧୁ ମିଳିବେ ତିନି ଜଣ
ହୋ, ବନ୍ଧୁ ମିଳିବେ ତିନି ଜଣ
Поcмотреть все песни артиста
Другие альбомы исполнителя