Bhikari Bal - Aye He Chka Ankhi текст песни
Исполнитель:
Bhikari Bal
альбом: Joy Jagannatha Hey Swami
ଆହେ ଚକାଆଖି, ଆହେ ଚକାଆଖି
ହେ, ଚକାଆଖି
♪
ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି
ଶୁଖୁଲାଣି କଣ୍ଠ ଡାକି ଡାକି
ସତ କହୁଛି କି ମିଛ ମୁଁ କହୁଛି
ସତ କହୁଛି କି ମିଛ ମୁଁ କହୁଛି
ବାଇଶି ପାହାଚ ତୋର ସାକ୍ଷୀ
ଆହେ ଚକାଆଖି, ଆହେ ଚକାଆଖି
♪
ଦିନେ ନ ଶୁଣିଲୁ ଦୁଃଖ ମୋର
ତୁ କି ନୁହଁ ନାଥ ଅନାଥର?
ବଡ଼ ଆଶାକରି ଆସିଥିଲି ଧାଇଁ
ବଡ଼ ଆଶାକରି ମୁଁ ଆସିଥିଲି ଧାଇଁ
ବଡ଼ଦାଣ୍ଡ ତୋର ଅଛି ସାକ୍ଷୀ
ଆହେ ଚକାଆଖି, ଆହେ ଚକାଆଖି
♪
ତୋ ବିନା ମୋର କେ ଅଛି ଭବେ?
କହ ମୁଁ ଡାକିବି ତାକୁ ତେବେ
କିମ୍ପାଇଁ ନିରାଶ କରୁ ବହି ରୋଷ?
କିମ୍ପାଇଁ ନିରାଶ କରୁ ବହି ରୋଷ?
କହ ମୋର କେଉଁ ଦୋଷ ଦେଖି
ଆହେ ଚକାଆଖି, ଆହେ ଚକାଆଖି
♪
ସବୁ ବନ୍ଧନ ମୁଁ କାଟି ଦେଇ
ତୋ ଭୁଜ ଛାଇକି ଅଛି ଚାହିଁ
ଦୁଃଖହାରି ତତେ ବୋଲିବି କି ଆଉ?
ଦୁଃଖହାରି ତତେ ବୋଲିବି କି ଆଉ?
ଭବ ଜଳେ ଯେବେ ଯାଏ ଭାସି
ବଡ଼ଦାଣ୍ଡ ତୋର ଅଛି ସାକ୍ଷୀ
ତୋ ସିଂହଦୁଆର ଅଛି ସାକ୍ଷୀ
ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି
Поcмотреть все песни артиста
Другие альбомы исполнителя