Bhikari Bal - Sathi A Pouti текст песни
Исполнитель:
Bhikari Bal
альбом: Joy Jagannatha Hey Swami
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି?
କଲ ଦାଣ୍ଡର ଭିକାରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି?
କିଲ ଦାଣ୍ଡର ଭିକାରି
♪
ଭିକାରି କରିବା ଯେବେ ତୁମ ଇଚ୍ଛା
ନାହିଁ ମୋ ମନରେ ଦୁଃଖ
ସିଂହଦ୍ବାର ବିନା ଆନ ଦୁଆରକୁ
ମାଗି ଯିବି ନାହିଁ ଭିକ
ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଦିଅ ମୋର ଥାଳ ଭରି
କଲ ଦାଣ୍ଡର ଭିକାରି
♪
ଜାଣି-ଶୁଣି ଯେବେ ଚେଇଁ ଶୋଇଥିବ
କହିବି କାହାକୁ ଆଉ?
ଆଉ କାହା ପାଶେ ପତାଇବି ହାତ?
ତୁମେ ପ୍ରଭୁ ଥାଉ-ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ବଡ଼ଦାଣ୍ଡେ ଛାଡ଼ି ହୁରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
Поcмотреть все песни артиста
Другие альбомы исполнителя