Bhikari Bal - Mana Parare текст песни
Исполнитель:
Bhikari Bal
альбом: Oriya Bhakti Pushpanjali
ମନ ପାରା ରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ମନ ପାରା ରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ଏଠି ଘୁମୁରିଲେ କି ଲାଭ ପାଇବୁ ରେ?
ଏଠି ଘୁମୁରିଲେ କି ଲାଭ ପାଇବୁ?
ଗଲାଣି ତୋ ପର ଝଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
♪
ମନୁଆ କାଳିଆ ମନ ମାରିଦେଇ
ମଉନେ ବସିଛି ସେଠି
ମନ କଥା ତୁହି କହିବୁ ବୁଝାଇ
ମନ ରଖିଥିବୁ ତାଠି
ତୋହ ପ୍ରତି ଯେବେ ହେବେ ନିରୀଦୟ ରେ
ତୋହ ପ୍ରତି ଯେବେ ହେବେ ନିରୀଦୟ
ନ ଯିବୁ ସେଠାବ ଛାଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
♪
ନରେନ୍ଦ୍ରେ ସ୍ନାହାନ କରିବୁ ରେ ପାରା
ସମୁଦ୍ରରେ ଦେବୁ ବୁଡ଼
ଆନନ୍ଦ ବଜାରେ ବୁଲିବୁ ମଜାରେ
ଖାଉଥୁବୁ ବେତ ମାଡ଼
ଅଇଁଠା କୌବଲ୍ୟ ସାଉଁଟି ଖାଇବୁ ରେ
ଅଇଁଠା କୌବଲ୍ୟ ସାଉଁଟି ଖାଇବୁ
ଭକ୍ତ ମୁକୁତିବ ପଡ଼ି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
♪
ତୋତେ ସେହି ଯେବେ କଥା ନ କହିବେ
ମୋର ବୋଲ ତୁ କରିବୁ
ବଡ଼ ଦେଉଳର ମୁଖ ଶାଳାପରେ
ମଉନେ ଘୁମୁରୁଥିବୁ
ଜୀବ ଯିବାବେଳେ ବାଇଶି ପାହାଚେ ରେ
ଜୀବ ଯିବାବେଳେ ବାଇଶି ପାହାଚେ
ଡେଣାଯୋଡ଼ି ଯିବୁ ଗଡ଼ି ମନ ପାରାରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
Поcмотреть все песни артиста
Другие альбомы исполнителя