Bhikari Bal - Kalia Saante Ho текст песни
Исполнитель:
Bhikari Bal
альбом: Oriya Bhakti Pushpanjali
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
ସକାଳ ପହରୁ ତମରି ଦୁଆରେ ଡ଼ାକି-ଡ଼ାକି ଗଲି ସରି
ଶୁଣିମା ହେଉ ଗୁହାରି
♪
ତମକୁ ଭରସା କରି ହୋ ସାଆନ୍ତେ
ମୋ ଘରେ ପଶିଲା ବାଡ଼ି, ସାଆନ୍ତେ ହୋ ମୋ ଘରେ ପଶିଲା ବାଡ଼ି
ଭୋକିଲା ପେଟରେ ଦିନ ମୋ ବିତିଲା, ବାଇଶି ପାହାଚ ଗଣି
ଟଙ୍କ ତୋରାଣିରୁ ମିଳିଲାନି ଟୋପେ, କଣ୍ଠ କୋଣ ଗଲା ମରି
ଶୁଣିମା ହେଉ ଗୁହାରି
♪
ବଡ଼ ସିଂହାର ବେଶକୁ ଦେଖିବାକୁ କେତେ କରିଥିଲି ଅଳି
ଦୂରୁ ଦେଖି ମୋତେ କବାଟ କିଳିଲ ଦେବାକୁ ପଡ଼ିବ ବୋଲି
ଦେଇଥିଲେ ଋଣୀ ହୋଇନଥାନ୍ତି ମୁଁ, ସୁଝିଥାନ୍ତି ସେବା କରି
ଶୁଣିମା ହେଉ ଗୁହାରି
♪
ବଡ଼ ଲୋକ ବୋଲି ତମ ନାମେ ପରା, ବାଜୁଛି କେତେ ବାଜଣା
ଦୁଃଖୀ ଦୁଃଖ ଯେବେ ନ ବୁଝିଲ ତମେ, କେଉଁ ସାଆନ୍ତରେ ଗଣା
ମିଛେ ସିନା ଟେକି ଅଛ ଦୁଇ ହାତ, ସତେ କିଛି ଦେଲା ପରି
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ
ଶୁଣିମା ହେଉ ଗୁହାରି
ପ୍ରଭୁ, ଶୁଣିମା ହେଉ ଗୁହାରି
Поcмотреть все песни артиста
Другие альбомы исполнителя