Bhikari Bal - Bhajunki Ram Nam текст песни
Исполнитель:
Bhikari Bal
альбом: Best Of Bhikari Bal Vol 1
ଭଜୁକି ନା ରାମ ନାମରେ କୁମର
ଜପୁକି ନା ରାମ ନାମ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧିନେବ କାଳ-ଯମରେ କୁମର
ବାନ୍ଧିନେବ କାଳ-ଯମ
ସେହି କାଳ-ଯମ ବଡ଼ ଦାରୁଣରେ
ନ ଜାଣଇ ସୁଖ, ଦୁଃଖ
ବାଛିନେବ କଞ୍ଚା, ରଖିବ ପାଚିଲା ରେ
ବାଛିନେବ କଞ୍ଚା, ରଖିବ ପାଚିଲା
ଦେବ ଟି ଦାରୁଣ ଦୁଃଖରେ କୁମର
ଦେବ ଟି ଦାରୁଣ ଦୁଃଖ
ଆସିବା ବେଳରେ ଏକା ରେ କୁମର
ଗଲାବେଳେ ଯିବୁ ଏକା
ମଲେ ତୋ ସଙ୍ଗତେ, କେହି ସେ ନ ଯିବେ
ମଲେ ତୋ ସଙ୍ଗତେ, କେହି ସେ ନ ଯିବେ
ଧର୍ମ ହେଲେ ହେବ ସଖାରେ କୁମର
ଧର୍ମ ହେଲେ ହେବ ସଖା
ଯାହା ଦେବୁ ହସ୍ତ ଟେକିରେ କୁମର
ଯାହା ଦେବୁ ହସ୍ତ ଖୋଲି
ଦକ୍ଷିଣ ହସ୍ତରେ ଯେ ଧର୍ମ କରିବୁ
ସେ ହେବ ପଥ ସଙ୍ଖାଳି ରେ କୁମର
ସେ ହେବ ପଥ ସଙ୍ଖାଳି
ପକାଇ ଆସିବେ ମଶାଣି ଭୁଇଁରେ
ଦୁଆରେ ଦେବେ ଗୋବର
ମଲା-ମଲା ବୋଲି, ଦି ଘଡି କାନ୍ଦିବେ ରେ
ମଲା-ମଲା ବୋଲି, ଦି ଘଡି କାନ୍ଦିବେ
କେହି ନ ଯିବେ ସଙ୍ଗର ରେ କୁମର
କେହି ନ ଯିବେ ସଙ୍ଗର
ଭଜୁକି ନା ରାମ ନାମରେ କୁମର
ଜପୁକି ନା ରାମ ନାମ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧିନେବ କାଳ-ଯମରେ କୁମର
ବାନ୍ଧିନେବ କାଳ-ଯମ
ବାନ୍ଧିନେବ କାଳ-ଯମ
ବାନ୍ଧିନେବ କାଳ-ଯମ
Поcмотреть все песни артиста
Другие альбомы исполнителя