Kishore Kumar Hits

Bhikari Bal - Bhajukina Rama Nama Re Kumara текст песни

Исполнитель: Bhikari Bal

альбом: Bhajan Bhakti Sagara


ଭଜୁ କି ନା ରାମନାମ ରେ କୁମର?
ଜପୁ କି ନା ରାମନାମ?
ଭଜୁ କି ନା ରାମନାମ ରେ କୁମର?
ଜପୁ କି ନା ରାମନାମ?
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମ ରେ କୁମର
ବାନ୍ଧି ନେବ କାଳ ଯମ

ସେହି କାଳଯମ ବଡ଼ ଦାରୁଣରେ
ନ ଜାଣଇ ସୁଖ, ଦୁଃଖ
ସେହି କାଳଯମ ବଡ଼ ଦାରୁଣରେ
ନ ଜାଣଇ ସୁଖ, ଦୁଃଖ
ବାଛିନବ କଞ୍ଚା, ରଖିବ ପାଚିଲା ରେ
ବାଛିନବ କଞ୍ଚା, ରଖିବ ପାଚିଲା
ଦେବଟି ଦାରୁଣ ଦୁଃଖ ରେ କୁମର
ଦେବଟି ଦାରୁଣ ଦୁଃଖ

କି କରିବେ ତୋର ମାୟାତିରି ମାନେ
ମାୟାରେ ହୋଇଛୁ ଭୋଳ
ଆଜି ମଲେ କାଲି ହେବ ଦୁଇ ଦିନ ରେ
ଆଜି ମଲେ କାଲି ହେବ ଦୁଇ ଦିନ
ଏ ସବୁ ମାୟା ସଂସାର ରେ କୁମର
ଏ ସବୁ ମାୟା ସଂସାର

ଯାହା ଦେବୁ ହସ୍ତ ଟେକି ରେ କୁମର
ଯାହା ଦେବୁ ହସ୍ତ ତୋଳି
ଦକ୍ଷିଣ ହସ୍ତରେ ଏ ଧର୍ମ କରିବୁ ତୁ
ଦକ୍ଷିଣ ହସ୍ତରେ ଏ ଧର୍ମ କରିବୁ
ସେ ହେବ ପଥ ସଙ୍ଖାଳି ରେ କୁମର
ସେ ହେବ ପଥ ସଙ୍ଖାଳି

ଆସିବା ବେଳରେ ଏକା ରେ କୁମର
ଗଲା ବେଳେ ଯିବୁ ଏକା
ଆସିବା ବେଳରେ ଏକା ରେ କୁମର
ଗଲା ବେଳେ ଯିବୁ ଏକା
ମଲେ ତୋ ସଙ୍ଗତେ କେହିଯେ ନ ଯିବେ ରେ
ମଲେ ତୋ ସଙ୍ଗତେ କେହିଯେ ନ ଯିବେ
ଧର୍ମ ହେଲେ ହବ ସଖା ରେ କୁମର
ଧର୍ମ ହେଲେ ହବ ସଖା

ପକାଇ ଆସିବେ ମଶାଣି ଭୂଇଁରେ
ଦୁଆରେ ଦେବେ ଗୋବର
ପକାଇ ଆସିବେ ମଶାଣି ଭୂଇଁରେ
ଦୁଆରେ ଦେବେ ଗୋବର
ମଲା, ମଲା ବୋଲି ଦି ଘଡ଼ି କାନ୍ଦିବେ ରେ
ମଲା, ମଲା ବୋଲି ଦି ଘଡ଼ି କାନ୍ଦିବେ
କେହି ନ ଯିବେ...
କେହି ନ ଯିବେ ସଙ୍ଗର ରେ କୁମର
କେହି ନ ଯିବେ ସଙ୍ଗର
ଭଜୁ କି ନା ରାମନାମ ରେ କୁମର?
ଜପୁ କି ନା ରାମନାମ?
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ, ବାନ୍ଧି ନେବ କାଳ ଯମ ରେ କୁମର
ବାନ୍ଧି ନେବ କାଳ ଯମ

Поcмотреть все песни артиста

Другие альбомы исполнителя

Похожие исполнители