Bhikari Bal - Jaga Kaliaa Re текст песни
Исполнитель:
Bhikari Bal
альбом: Saradha Bali Bhajan
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
କରୁ କେତେ ହରବର
ତୋର ନାମ ଧରି, ହେଲି ଏତେ ସରି
ତୋର ନାମ ଧରି, ହେଲି ଏତେ ସରି
ଦୁଃଖ ନ ବୁଝିଲୁ ମୋର ରେ
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
♪
ଦେଖିଲେ ତୋ ମୁଖ ଘୁଞ୍ଚି ଯାଏ ଦୁଃଖ
ଏ କଥା ଶୁଣିଛି ମୁହିଁ
ଶ୍ରୀ ଅଙ୍ଗକୁ ତୋର ଛୁଇଁଦେଲେ ପରା
ପାପ ସବୁ ଯାଏ ଧୋଇ
କପଟ ନ କରି, କହ ସତ କରି
କପଟ ନ କରି, କହ ସତ କରି
କିବା ଦୋଷ ଅଛି ମୋର ରେ?
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
♪
ସୁଖ ବେଳେ ଦିନେ ଖୋଜି ତ ନ ଥିଲି
ଦୁଃଖରେ ଶରଣ ଗଲି
ମାର ଅବା ରଖ, ଆହେ କଳାମୁଖ
ତତେ ମୁଁ ଭରସା କଲି
ସୁଖ ବେଳେ ଦିନେ ଖୋଜି ତ ନ ଥିଲି
ଦୁଃଖରେ ଶରଣ ଗଲି
ମାର ଅବା ରଖ, ଆହେ କଳାମୁଖ
ତତେ ମୁଁ ଭରସା କଲି
ଆଉ ନିଦାରୁଣ ନ ହୁଅ କାଳିଆ
ଆଉ ନିଦାରୁଣ ନ ହୁଅ କାଳିଆ
ଗୋଡ଼ ଧରୁଛି ତୋହର ରେ
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
କରୁ କେତେ ହରବର
ତୋର ନାମ ଧରି, ହେଲି ଏତେ ସରି
ତୋର ନାମ ଧରି, ହେଲି ଏତେ ସରି
ଦୁଃଖ ନ ବୁଝିଲୁ ମୋର ରେ
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
ଜଗା କାଳିଆ ରେ, ଜଗା କାଳିଆ ରେ
Поcмотреть все песни артиста
Другие альбомы исполнителя