Kishore Kumar Hits

Bhikari Bal - Mana Para Re текст песни

Исполнитель: Bhikari Bal

альбом: Bhakti Puspanjali


ମନ ପାରା ରେ, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ମନ ପାରା ରେ, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ଏଠି ଘୁମୁରିଲେ କି ଲାଭ ପାଇବୁ ରେ?
ଏଠି ଘୁମୁରିଲେ କି ଲାଭ ପାଇବୁ?
ଗଲାଣି ତୋ ପର ଝଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ମନୁଆ କାଳିଆ ମନ ମାରିଦେଇ
ମନୁଆ କାଳିଆ ମନ ମାରିଦେଇ
ମଉନେ ବସିଛି ସେଠି
ମନକଥା ତୁହି କହିବୁ ବୁଝେଇ
ମନକଥା ତୁହି କହିବୁ ବୁଝେଇ
ମନ ରଖିଥିବୁ ତାଠି, ରେ ମନ ରଖିଥିବୁ ତାଠି
ତୋହ ପ୍ରତି ଯେବେ ହେବେ ନିରିଦୟ ରେ
ତୋହ ପ୍ରତି ଯେବେ ହେବେ ନିରିଦୟ
ନ ଯିବୁ ସେ ଠାବ ଛାଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ତୁ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ନରେନ୍ଦ୍ରେ ସ୍ନାହାନ କରିବୁ ରେ ପାରା
ନରେନ୍ଦ୍ରେ ସ୍ନାହାନ କରିବୁ ରେ ପାରା
ସମୁଦ୍ରରେ ଦେବୁ ବୁଡ଼
ଆନନ୍ଦ ବଜାରେ ବୁଲିଣ ମଜାରେ
ଆନନ୍ଦ ବଜାରେ ବୁଲିଣ ମଜାରେ
ଖାଉଥିବୁ ବେତ ମାଡ଼, ରେ ଖାଉଥିବୁ ବେତ ମାଡ଼
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ ରେ
ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ
ଭକ୍ତ ମୁଖୁଁ ଥିବ ପଡ଼ି ମନପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ତତେ ସେହି ଯେବେ କଥା ନ କହିବେ
ତତେ ସେହି ଯେବେ କଥା ନ କହିବେ
ମୋର ବୋଲ ତୁ କରିବୁ
ବଡ଼ ଦେଉଳର ମୁଖଶାଳା ପରେ
ବଡ଼ ଦେଉଳର ମୁଖଶାଳା ପରେ
ମଉନେ ଘୁମୁରୁ ଥିବୁ, ରେ ମଉନେ ଘୁମୁରୁ ଥିବୁ
ଜୀବ ଯିବା ବେଳେ ବାଇଶି ପାହଚେ
ଜୀବ ଯିବା ବେଳେ ବାଇଶି ପାହଚେ
ଡେଣା ଯୋଡ଼ି ଯିବୁ ଗଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି-ଉଡ଼ି, ଯିବୁ ଉଡ଼ି ଉଡ଼ିକି ପାରା
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ଏ ମାୟା ସଂସାର, କେହି ନୁହେଁ କାର
ଏ ମାୟା ସଂସାର, କେହି ନୁହେଁ କାର
ମନ ରେ
ଏ ମାୟା ସଂସାର, କେହି ନୁହେଁ କାର
ମିଛେ ହୁଅନା ରେ ବାଇ
ଲୀଳା ଯାତ୍ରା ଦେଖି ବାଇଶି ପାହାଚେ
ଲୀଳା ଯାତ୍ରା ଦେଖି ବାଇଶି ପାହାଚେ
ମରିବା ଭାଗ୍ୟ ଅଟଇ, ରେ ମରିବା ଭାଗ୍ୟ ଅଟଇ
ତୋ ମଡ଼ା କାଢ଼ିବେ ଶ୍ରୀ ବିଷ୍ଣୁ ଭକତେ ରେ
ତୋ ମଡ଼ା କାଢ଼ିବେ ଶ୍ରୀ ବିଷ୍ଣୁ ଭକତେ
ଏ ସୁଯୋଗ ନ ଦେ ଛାଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ଏଠି ଘୁମୁରିଲେ କି ଲାଭ ପାଇବୁ ରେ?
ଏଠି ଘୁମୁରିଲେ କି ଲାଭ ପାଇବୁ?
ଗଲାଣି ତୋ ପର ଝଡ଼ି, ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ତୁ ଯିବୁ ଉଡ଼ି ଉଡ଼ିକି
ପାରା, ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି-ଉଡ଼ି
ତୁ ଯିବୁ ଉଡ଼ି-ଉଡ଼ି
ତୁ ଯିବୁ ଉଡ଼ି-ଉଡ଼ି
ତୁ ଯିବୁ ଉଡ଼ି-ଉଡ଼ି-ଉଡ଼ି-ଉଡ଼ି

Поcмотреть все песни артиста

Другие альбомы исполнителя

Похожие исполнители